ଭୁବନେଶ୍ବର : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଡବଲ ମର୍ଡର ଘଟଣାରେ କ୍ରାଇମ ସିନ୍ ରିକ୍ରିଏସନ୍ । କେମିତି ହତ୍ୟା କରିଥିଲେ ଅଭିଯୁକ୍ତ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ୍ କରୁଛି ପୋଲିସ । ସୁନ୍ଦରପଦା କୁହା ଗାଁ ନିକଟରେ ଡେମୋ ଦେଖାଇଛନ୍ତି ଦୁଇ ଅଭିଯୁକ୍ତ ଗଣେଶ ମଲ୍ଲିକ ଓ ସମ୍ପର୍କୀୟ ଭାଇ ପ୍ରଦୀପ ମଲ୍ଲିକ । ଗାଡ଼ି ପାର୍କିଂକୁ ନେଇ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ହୋଇଥିବା ପ୍ରେସମିଟରେ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ରଶ୍ମି ଓ ସମ୍ବିତଙ୍କୁ ଛୁରୀରେ ଆକ୍ରମଣ କରିଥିଲେ ଦୁଇ ଅଭିଯୁକ୍ତ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ପୁରୀରୁ ଓ ଗଣେଶ ଚଣ୍ଡିଖୋଲରୁ ଗିରଫ ହୋଇଛି । ଗିରଫ ପରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀ ଓ ବାଇକ ଜବତ ହୋଇଛି ।
ସୂଚନା ଅନୁସାରେ ୭ ତାରିଖ ରାତିରେ ପାର୍କିଂକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ମୃତ ରଶ୍ମି ରଂଜନ ନାଁରେ ଦାଦା ବଟି, ଭାଇଗିରି ପାଇଁ ପୂର୍ବରୁ ୬ଟି ଅପରାଧିକ ମାମଲା ରହିଥିଲା । ଏୟାରଫିଲ୍ଡ ଥାନା କଲ୍ୟାଣୀ ପ୍ଲାଜା ହାଇଟେକ୍ ଆପାର୍ଟମେଣ୍ଟ ନିକଟରେ ମର୍ଡର ହୋଇଥିଲା। ରଶ୍ମି ଓ ସମ୍ବିତ ସ୍ଥାନୀୟ ଅଂଚଳର ଏକ କୋଠାଘରେ ରହୁଥିଲେ। ଉଭୟଙ୍କ ଚିକେନ ଦୋକାନ ରହିଛି। ବୁଧବାର ରାତିରେ ଗଣେଷ ମଲ୍ଲିକ ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗଙ୍କ ଗାଡି ପାର୍କିଂକୁ ନେଇ ବଚସା ହୋଇଥିଲା । କାମ ସାରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିଲା ।