ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ

ସୁନ୍ଦରଗଡ(କେନ୍ଯୁଜ୍): ଆସନ୍ତାବର୍ଷରୁ କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ ମେଡିକାଲ କଲେଜ । ୨୦୨୨-୨୩ରୁ ଆଡମିସନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି। ୧୦୦ ଏମବିବିଏସ୍‌ ସିଟ୍‌ ସହ ୫୦୦ ଶଯ୍ୟାର ମେଡିକାଲ କଲେଜ ଆରମ୍ଭ ପାଇଁ ପ୍ରସ୍ତୁତି କରାଯାଉଛି । ଏଥିପାଇଁ ୨୭୧ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ । ଏନଟିପିସି ଓ ରାଜ୍ୟସରକାରଙ୍କ ସହଭାଗିତାରେ ମେଡିକାଲ କଲେଜ ପ୍ରତିିଷ୍ଠା କରାଯାଉଛି।

ସେପ୍ଟେମ୍ବର ୨୬ ସୁଦ୍ଧା ସରକାର ମେଡିକାଲ ସିଟ୍‌ ପାଇଁ ଆବେଦନ କରିବେ । ଏହାଛଡା ସୁନ୍ଦରଗଡରେ ଦ୍ୱିତୀୟ ଏମସ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି । ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଦ୍ୱିତୀୟ ଏମସ୍‌ ପାଇଁ ରାଜ୍ୟସରକାର ୨ଶହ ଏକର ଜମି ଓ ଡିଏମଏଫ୍‌ ଫଣ୍ଡରୁ ଅର୍ଥ ଓ ସମସ୍ତ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବିଧାନସଭାରେ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.