ଦୁଇ ବ୍ରାଉନସୁଗର ବେପାରୀଙ୍କୁ ଧରିଲା ସୁନ୍ଦରଗଡ ପୋଲିସ, ୩୯.୫ ଗ୍ରାମ୍ର ଧଳା ଜହର ଜବତ
ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ ପୋଲିସକୁ ବଡ ସଫଳତା। ଦୁଇ ବ୍ରାଉନସୁଗର ବେପାରୀଙ୍କୁ ଧରିଲା ପୋଲିସ। ତାଙ୍କ ନିକଟରୁ ୩୯.୫ ଗ୍ରାମ୍ର ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ହେବ ବୋଲି ସୁନ୍ଦରଗଡ ଏସ.ପି.ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୁନ୍ଦରଗଡ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧଳା ଜହର ବିକ୍ରି ବଢିଚାଲିଥିବା ବେଳେ ଆଜି ପୋଲିସ ଦୁଇ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି। ଦୁଇ ବେପାରୀ ରାଉରକେଲା ନାଲାରୋଡ ଅଞ୍ଚଳର। ଦୁଇ ଯୁବକ ଆଜି ସକାଳୁ ଏକ ବାଇକ୍ରେ ସୁନ୍ଦରଗଡ ଆସି ୫ ଜଣଙ୍କୁ ବ୍ରାଉନ୍ସୁଗର ଦେବା ପାଇଁ ଯୋଜନା କରୁଥିବା ବେଳେ ମାଡିବସିଲା ପୋଲିସ। ଏହି ମାମଲାରେ ସମ୍ପୃକ୍ତ ଥିବା ଟାଉନଥାନା ଅଞ୍ଚଳର ଆଉ ୫ଜଣଙ୍କୁ ପୋଲିସ ଚିହ୍ନଟ କରିଛି। ଖୁବ୍ଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ସୁନ୍ଦରଗଡ ଏସ୍ପି.ସୂଚନା ଦେଇଛନ୍ତି । ବ୍ରାଉନସୁଗର ସହ ଏକ ବାଇକ ଓ କିଛି କାଗଜ ପତ୍ର ଜବତ କରାଯାଇଛି।