ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟର ନୂଆ ପୋଲିସ ଡିଜି ହେଲେ ସୁନୀଲ କୁମାର ବଂଶଲ । ନୂଆ ପୋଲିସ ଡିଜି ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁନୀଲ କୁମାର ବଂଶଲ । ବର୍ତ୍ତମାନ ସେ ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ଆସନ୍ତା ୩୧ ତାରିଖରେ ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ନୂଆବର୍ଷରେ ରାଜ୍ୟର ନୂଆ ପୋଲିସ ମୁଖିଆ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ ।

ଦାୟିତ୍ୱ ଗ୍ରହଣ ପରେ ୨ ବର୍ଷ ସେ ପୋଲିସ ଡିଜି ପଦରେ ରହିବେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଯୋଗ୍ୟ ପୋଲିସ ଅଧିକାରୀଙ୍କ ଏକ ତାଲିକା ୟୁପିଏସସିକୁ ପଠାଇଥିଲେ । ୟୁପିଏସସି ୭-୮ ଜଣଙ୍କ ମଧ୍ୟରୁ ୩ଟି ନାଁ ରାଜ୍ୟ ସରକାରଙ୍କ ପାଖକୁ ପଠାଇଥିଲେ । ସେହି ୩ଟି ନାଁରୁ ଜଣଙ୍କୁ ରାଜ୍ୟ ସରକାର ପୋଲିସ ଡିଜି ଭାବରେ ସୁନୀଲ ବଂଶଲଙ୍କୁ ନିଯୁକ୍ତି ଦେବେ । ପୂର୍ବରୁ ସୁନୀଲ ବଂଶଲଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.