ଗୁଣି ଗାରେଡି ସନ୍ଦେହ: ବୃଦ୍ଧଙ୍କୁ ହତ୍ୟା ପରେ ପୋତିଦେଲେ ସମ୍ପର୍କୀୟ

ବ୍ରହ୍ମପୁର (କେନ୍ୟୁଜ): ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ। ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗ। ମୃତକ ହେଲେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବି. ନୂଆଁପଲ୍ଲୀ ଗାଁର ଯୁଧିଷ୍ଠିର ପ୍ରଧାନ । ଖଲ୍ଲିକୋଟ ଥାନା ପୋଲିସ, ଖଲ୍ଲିକୋଟ ତହସିଲଦାର ଓ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁଧିଷ୍ଠିର ରବିବାର ସକାଳ ୮ ଟାରେ କୌଣସି ଜରୁରୀ କାଗଜପତ୍ରର ଜେରକ୍ସ କରିବା ପାଇଁ ଘରୁ ବାହାରି ଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ।

police

ଦିନ ତମାମ ଖୋଜାଖୋଜି ପରେ ଗାଁ ମୁଣ୍ଡରେ ଥିବା ପାହାଡ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ ଜେରକ୍ସ କରିବା ପାଇଁ ନେଇଥିବା କାଗଜପତ୍ର ପଡିଥିବା ଦେଖିବାକୁ ପାଇଥିଲେ। ପାହାଡ ଉପରେ ଗୋଟିଏ ସ୍ଥାନରେ ଯୁଧିଷ୍ଠିର ଙ୍କୁ ମାଟି ଖୋଳି ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ଗୁଣିଗାରେଡି ସନ୍ଦେହରେ ସମ୍ପର୍କୀୟ ଭାଇଙ୍କ ପରିବାର ଯୁଧିଷ୍ଠିରଙ୍କୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି।