ଗୃହରେ ଛତୁଆ ଦୁର୍ନୀତି ନେଇ ଚର୍ଚ୍ଚା, ମନ୍ତ୍ରୀ କହିଲେ ପ୍ରସ୍ତୁତି ବେଳେ ମାନ ଯାଞ୍ଚ କରିବେ ସୁପରଭାଇଜର

ଭୁବନେଶ୍ୱର : ଆଜି ବିଧାନସଭା ପ୍ରଶ୍ନକାଳରେ ଛତୁଆ ଦୁର୍ନୀତି ନେଇ ଏକାଧିକ ବିଧାୟକମାନେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।  ଛତୁଆ ଦୁର୍ନୀତି ନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ନିମ୍ନମାନର ଛତୁଆ ଯୋଗାଉଥିବା ଏଜେନ୍ସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଛତୁଆର ମାନ ନିର୍ଦ୍ଧାରଣ ନେଇ ସରକାର କଣ କଣ ପଦକ୍ଷେପ ନେଇଛନ୍ତି ବୋଲି ଗୃହରେ ଏକାଧିକ ବିଧାୟକ ପ୍ରଶ୍ନ କରିବା ସହ ଉଦବେଗ ପ୍ରକାଶ କରିବାରୁ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ବାଚସ୍ପତି ସୁରମା ପାଢୀ । ଏଥିସହିତ ଏଭଳି ଦୁର୍ନୀତିରେ ଗତ ୫ବର୍ଷରେ କେଉଁ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି, ସେନେଇ ମଧ୍ୟ ବିବରଣୀ ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।  ମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ସୁପରଭାଇଜରମାନେ ଛତୁଆ ପ୍ରସ୍ତୁତିବେଳେ ଏହାର ମାନ ଯାଞ୍ଚ କରିବେ ।  ଛତୁଆର କ୍ବାଲିଟି ନେଇ ବିଧାୟକମାନେ ଉଦବେଗ ପ୍ରକାଶ କରିଥିବାବେଳେ ଛତୁଆର ସାମ୍ପୁଲ ଟେଷ୍ଟ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like