ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ

ଭୁବନେଶ୍ୱର : ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାସନ୍‌ କାର୍ଡରୁ ବାଦ ପଡିବେ ବିଦେଶୀ । ନାଗରିକତା ନ ଥିବା ସତ୍ତ୍ବେ ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଓ ରୋହିଙ୍ଗ୍ୟା ରାସନ କାର୍ଡ ହାତେଇଛନ୍ତି । ବର୍ଷ ବର୍ଷ ଧରି ସେମାନେ ସରକାରଙ୍କ ସବୁ ସୁବିଧା ସୁଯୋଗ ନେଉଛନ୍ତି ।  ତେବେ ବିଦେଶୀମାନେ ରାସନ କାର୍ଡ ହାତେଇଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି ।  ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ସେମାନଙ୍କ ନାଁ ବାଦ୍ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ସେହିପରି ଜିଲ୍ଲାପାଳ ବିଦେଶୀଙ୍କୁ ଚିହ୍ନଟ କରି ସେମାନଙ୍କ ନାଁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରି କାଟିବାକୁ କୁହାଯାଇଛି ।  ଏହା ମଧ୍ୟ କହିଛନ୍ତି ଯେ ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ଯେଉଁ ସ୍ଥାନରେ ବିଦେଶୀ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ କଟାଯିବ।  ଚିହ୍ନଟ ପ୍ରକ୍ରିୟା ସରିଲେ ସେମା‌ନଙ୍କ ପ୍ରକୃତ ସଂଖ୍ୟା କେତେ ତାହା ସ୍ପଷ୍ଟ ହେବ ।  ଏବେ ରାଜ୍ୟରେ ୬ଲକ୍ଷ ‌ନୂଆ ରାସନ କାର୍ଡ ବଣ୍ଟା ଯାଉଛି  ।  କାର୍ଡ ବାଣ୍ଟିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ଟି ବୃହତ କାର୍ଯ୍ୟକ୍ରମ କରାଯିବ ।  ୬ଲକ୍ଷ ୭୨ହଜାର ୨୩୮ଜଣ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।  ଧୀରେ ଧୀରେ ସେମାନଙ୍କୁ କାର୍ଡ ଦିଆଯିବ ।

 

ଆହୁରି ପଢ଼ନ୍ତୁ :  ଭୀମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ