ବଢି ଚାଲିଛି ଆଳୁ ଦର, ଟ୍ବିନସିଟିରେ ଯୋଗାଣ ବିଭାଗର ରେଡ୍

ଭୁବନେଶ୍ବର : ହୁ ହୁ ହୋଇ ବଢି ଚାଲିଛି ଆଳୁ ଦର ।  ଟ୍ବିନସିଟିରେ ଯୋଗାଣ ବିଭାଗର ରେଡ୍। କଟକ ପରେ ଭୁବନେଶ୍ବରରେ ଚଢାଉ କରାଯାଇଛି। ଛତ୍ର ବଜାରରେ ଆଳୁର ସ୍ଥିତି ଯାଞ୍ଚ ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ଅଧିକାରୀ । ୧ ହଜାର ଟନ୍ ଆଳୁ ମହଜୁଦ ରହିଛି ।

ଆଳୁ କଳାବଜାରୀ ନେଇ କଟକ ଛତ୍ରବଜାର ଓ କୃଷକ ବଜାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି ।  ସିଏମସିର ଏନଫୋର୍ସମେଣ୍ଟ ଟିମ୍ ବି ରେଡରେ ସାମିଲ ହୋଇଛି ।  ଏପଟେ ଭୁବନେଶ୍ବର ୪ ନମ୍ୱର ହାଟର ଆଳୁ ଗୋଦାମରେ ଚଢ଼ାଉ କରିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ।

ଆଜି ପଶ୍ଚିମବଙ୍ଗରୁ କଟକ ଛତ୍ର ବଜାରକୁ ମାତ୍ର ୩ଟି ଆଳୁ ଟ୍ରକ୍ ଆସି ପହଂଚି ଥିବା ବେଳେ, ଉତ୍ତର ପ୍ରଦେଶରୁ ଦୁଇଟି ଗାଡି ଆଳୁ ଆସି ପହଂଚିଛି । ଖୁଚୁରା ବଜାରରେ ଆଳୁ ଦର ୫୦ ଟଙ୍କା ରହିଥିବା ବେକେ, ହୋଲ୍ ସେଲ ଦର କିଲୋ ପିଛା ୩୮ ଟଙ୍କା ରହିଛି।

ଚିନ୍ତାରେ ଖାଉଟି। ଉତ୍ତର ପ୍ରଦେଶର ଆଳୁ ଦର କ୍ୟୁଇଣ୍ଟାଲ ପିଛା ୩୫୦୦ ରୁ ୩୬୦୦ ଟଙ୍କା ରହିଛି। ପଶ୍ଚିମବଙ୍ଗର ଆଳୁ ଦର କ୍ୟୁଇଣ୍ଟାଲ ପିଛା ୩୭୦୦ ରୁ ୩୮୦୦ ଟଙ୍କା ରହିଛି। ଖୁଚୁରା ବ୍ୟବସାୟୀ ମାନଙ୍କୁ ଆଳୁ କିଲୋ ପିଛା ୪୩ ରୁ ୪୪ ଟଙ୍କା ଭିତରେ ବିକ୍ରି କରିବାକୁ ତାଗିଦ୍ କରିଛି ଯୋଗାଣ ବିଭାଗ। ଦୂର ବ୍ୟବସାୟୀ ୪୫ ଟଙ୍କାରେ ବିକ୍ରି କରନ୍ତୁ ବୋଲି କହିଛି ଯୋଗାଣ ବିଭାଗ।