ରାଜ୍ୟରେ ବନ୍ଦ ରହିବ ପାନୀୟ ଜଳଯୋଗାଣ : ଜନସ୍ୱାସ୍ଥ୍ୟ ଶ୍ରମିକ ସଂଘର ଆନ୍ଦୋଳନ

ଭୁବନେଶ୍ବର : ଆଜି ମଧ୍ୟରାତ୍ରରୁ ସମଗ୍ର ରାଜ୍ୟରେ ବନ୍ଦ ରହିପାରେ ପାନୀୟ ଜଳଯୋଗାଣ । ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଜନସ୍ୱାସ୍ଥ୍ୟ ଶ୍ରମିକ ସଂଘ । ଏ ନେଇ ଗତ ୨୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା ।

ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଦୀର୍ଘ ୨୫ ବର୍ଷ ହେଲା ନିରବିଚ୍ଛିନ୍ନ ଭାବେ କାର୍ୟ୍ୟ କରିଆସୁଥିବା ୨ ହଜାର ୭୮ଜଣ ଶ୍ରମିକଙ୍କ ସ୍ଥାୟୀ ନିଯୁକ୍ତି ଦାବି କରିଛି ସଂଘ । ଦାବି ପୂରଣ ପାଇଁ ସେମାନେ ଧାରଣା ଦେଇଥିବାବେଳେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ନଥିବାରୁ ଜଳଶୂନ୍ୟ ଓଡ଼ିଶା, ମଳମୟ ସହର ଭଳି ଚରମ ପନ୍ଥା ଗ୍ରହଣ କରିବାକୁ ସେମାନେ ନିଷ୍ପତ୍ତି ନେଇଥିବା ସଂଘ ପ୍ରତିନିଧିମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.