ରାଜ୍ୟ

ବାଲେଶ୍ବର: ଆଇଏସଆଇକୁ DRDOର ଗୁପ୍ତ ତଥ୍ୟ ପଠାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଈଶ୍ୱର ବେହେରାର ଅନ୍ତିମ ଶୁଣାଣି

ବାଲେଶ୍ବର(କେନ୍ୟୁଜ୍): ଆସନ୍ତା କାଲି ହେବ ଅନ୍ତିମ ଶୁଣାଣି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଆ ଏସ ଆଇ କୁ ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO)  ର ଗୁପ୍ତ  ତଥ୍ୟ ପ୍ରଦାନ ଅଭିଯୋଗ ରେ ୨୦୧୪ ମସିହାରୁ ବିଚାରାଧୀନ କଏଦୀ ଭାବେ କାଳ କାଟୁଛି ଈଶ୍ୱର ବେହେରା । ଈଶ୍ୱର DRDO ଅଧୀନ ITRରେ ଠିକା କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟ କରିଥିବା ବେଳେ ଆଇ ଏସ ଆଇ ସହ ଲିଙ୍କରେ ଥିବାର ଅଭିଯୋଗ ହୋଇଥିଲା । କ୍ରାଇମବ୍ରାଞ୍ଚ  ଈଶ୍ୱରକୁ ଗିରଫ କରିବା ପରେ  ଏବେ ଦୀର୍ଘଦିନ ହେବ ଜେଲରେ କାଳ କାଟୁଛି ଇଶ୍ବର । ଗୋଟିଏ ପଟେ ଈଶ୍ୱରକୁ ଲାଗିଥିବା ଦେଶଦ୍ରୋହ ମାମଲାକୁ ପରିବାର ଲୋକେ ଗ୍ରହଣ କରିପାରୁ ନଥିବା ବେଳେ ଆସନ୍ତା କାଲିର ରାୟକୁ ସମସ୍ତଙ୍କର ଅପେକ୍ଷା ।

ବାଲେଶ୍ଵର ଓ ମୟୂରଭଞ୍ଜ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଣ୍ଟିପୁର ଭଳି ଏକ ନିପଟ ଗାଁର ଯୁବକ ଈଶ୍ବର ବେହେରା । ପ୍ରତିରକ୍ଷା ଅନୁସନ୍ଧାନ ବିକାଶ ସଂଗଠନ (DRDO) ଅଧିନ  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ତଥା  ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ର ଥିଲା ଜଣେ ଠିକା କ୍ୟାମେରା ମ୍ୟାନ । ୨୦୧୪ ମସିହାରୁ  ଦେଶଦ୍ରୋହ ଭଳି ଏକ ସଙ୍ଗୀନ ମାମଲା ଜଡ଼ିତ ହୋଇ ବାଲେଶ୍ଵର ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀ ଭାବେ କାଳ କାଟୁଛି। ଅଭିଯୋଗ ହେଉଛି ଈଶ୍ୱର ୨୦୦୭ ମସିହାରୁ ଆଇ ଟି ଆରରେ ଚୁକ୍ତି ଭିତ୍ତିକ କ୍ୟାମେରା ପର୍ସନ ଭାବେ ଦାୟିତ୍ଵ ତୁଲାଉ ଥିଲା । ଏଭଳିକି ଈଶ୍ୱର କ୍ଷେପଣାସ୍ତ୍ର ପରୀକ୍ଷଣ ତଥା ବିଭିନ୍ନ ମିଶନ ବେଳେ ପ୍ରତ୍ୟକ୍ଷ ଉପସ୍ଥିତି ରହୁଥିବା ସହ ଫଟୋ ଓ ଭିଡ଼ିଓଗ୍ରଫି କରୁଥିଲା । ହେଲେ ପରବର୍ତ୍ତୀ ସମୟରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସଂସ୍ଥା ସମ୍ପର୍କରେରହିଥିଲା ଈଶ୍ୱର । ମିସାଇଲ୍ ପରୀକ୍ଷଣ ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନାକୁ ବିଭିନ୍ନ ସମୟରେ ତାକୁ ନିଯୁକ୍ତି ଦେଇଥିବା ଆଉ ଜଣେ ଆଇ.ଏସ.ଆଇର ଏଜେଣ୍ଟକୁ ଦେଉଥିବା ସହ ଆଇ.ଏସ.ଆଇ ଗୁପ୍ତଚରଙ୍କ  ସହ ଫୋନରେ ନିରନ୍ତର ଯୋଗାଯୋଗରେ ଥିଲା ଈଶ୍ୱର ।

 ସେହିଭଳି କୋଲକାତା ଯାତ୍ରା ସମୟରେ  ଈଶ୍ୱର ଅତି କମରେ ୧୦ ଥର ସାକ୍ଷାତ କରିଥିଲା ଜଣେ ଆଇ.ଏସ.ଆଇର ଗୁପ୍ତଚରଙ୍କ ସହ  । ସେହିଭଳି ଆବୁଧାବି, ମୁମ୍ବାଇ, ମେରଟ, ଆନ୍ଧ୍ରପ୍ରଦେଶ ଏବଂ ବିହାର ସମେତ ବିଭିନ୍ନ ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ମାଧ୍ୟମରେ ଈଶ୍ୱର  ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ଈଶ୍ୱର ନାମରେ । ଶେଷରେ ଏଭଳି ଗୋଟିଏ  ପରେ ଗୋଟାଏ  ମାମଲାରେ ଲିଙ୍କଙ୍କୁ ନେଇ ଈଶ୍ୱରକୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ।  ଖାଲି ସେତିକି ନୁହଁ ଈଶ୍ୱର ଠାରୁ ଦୁଇଟି କମ୍ପ୍ୟୁଟର ଡିସ୍କ, ଦୁଇଟି ମୋବାଇଲ ହ୍ୟାଣ୍ଡସେଟ ଏବଂ ଏକ ବ୍ୟାଙ୍କ ପାସବୁକକୁ ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଥିବା  ବେଳେ ଈଶ୍ୱର ୮ରୁ ୧୦ ମାସ ଧରି ଆଇଏସଆଇ ପାଇଁ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ମଧ୍ୟ ଗୁରୁତର  ଅଭିଯୋଗ ଆସିଥିଲା । ଆଉ ତା ପରେ ଈଶ୍ୱର ବେହେରାର ଠିକଣା ପାଲଟି ଯାଇଥିଲା ବାଲେଶ୍ଵର ଜିଲ୍ଲା କାରାଗାର।

ଈଶ୍ୱରର ପାରିବାର କେମିତି ଅଛନ୍ତି ଓ ଈଶ୍ୱର ଗାଁ ରେ ଥିବା ବେଳେ କଣ କରୁଥିଲା ?

ଈଶ୍ୱର ବେହେରା ଗାଁରେ ଥିବା ବେଳେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲା ପରେ ଭିଡ଼ିଓଗ୍ରାଫି ରେ ପାଦଦେଇଥିବା ସହ ବିବାହ ବ୍ରତ କାର୍ଯ୍ୟରେ ଭିଦିଓଗ୍ରଫି କରୁଥିଲା । ଆଉ କଣ୍ଟିପୁରର  ବଢିଥିଲା ଈଶ୍ୱର । ବାପା ୮୨  ବର୍ଷୀୟ  ନୀଳକଣ୍ଠ ବେହେରା  ଜଣେ ଅବସରପ୍ରାପ୍ତ ସ୍କୁଲ ଚତୁର୍ଥ ଶ୍ରେଣୀ କର୍ମଚାରୀ। ଈଶ୍ୱର ଜେଲ ଗଲାପରେ ପରିବାରରେ ଏକପ୍ରକାର କଳାବାଦଲ ଛାଇ ଯାଇଛି ।  ଆଉ ପୁଅର ଆସିବା ବାଟକୁ ଅନାଇ ଅନାଇ ଏବେ ମା ମାନସିକ ସ୍ଥିତି ହରାଇ ବସିଥିବାବେଳେ ବାହାରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଈଶ୍ୱର ଘରର ବଡ ପୁଅ  ଅଟନ୍ତି।  ସାନପୁଅ  ହରିଶ୍ଚନ୍ଦ୍ର ଏବେ ଜଣେ ରାଜମିସ୍ତ୍ରୀ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛି । ଆଉ ଈଶ୍ୱର ବାଟକୁ ଚାହିଁ ଚାହିଁ ଏବେ ବୁଢ଼ା ବାପା ନୀତି ଆଖିରୁ ଲୁହ ଝରାଉଥିବା ବେଳେ ସକାଳ ଓ ସନ୍ଧ୍ୟା ଗୀତା ଓ ଭାଗବତରେ ହିଁ କଟି ଯାଉଛି ।

ଈଶ୍ୱର ବିରୋଧରେ କଣ କଣ ମାମଲା ଲାଗାଇଛି କ୍ରାଇମବ୍ରାଞ୍ଚ୍ ?

ପାକିସ୍ତାନୀ  ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ପ୍ରତିରକ୍ଷା ବିଭାଗ ଗୁପ୍ତ ତଥ୍ୟ ଦେବ  ମାମଲାରେ  ଈଶ୍ୱର ବେହେରା ବିରୋଧରେ  ଲାଗିଛି ୧୨୧ , ୧୨୧(A) ,୧୨୧(B) ସହ ୩, ୪ଓ୫  ଅଫିସିଆଲ୍ ସିକ୍ରେଟ ଆକ୍ଟ ଭଳି ସଙ୍ଗୀନ ଦଫା  ।   ସେହିଭଳି  ଈଶ୍ୱର ବେହେରାଙ୍କ ବିରୋଧରେ ଅପରାଧୀକ ଷଡ଼ଯନ୍ତ୍ର, ଦେଶଦ୍ରୋହ, ଗୁପ୍ତତଥ୍ୟ ପ୍ରକାଶ ଆଦି ଆଭିଯୋଗର ଦଫା ଲାଗିଥିବା ବେଳେ  ପୂର୍ବରୁ ଈଶ୍ୱର ବେହେରାଙ୍କ ପକ୍ଷରୁ ୪ ଥର ଆବେଦନ ହୋଇଥିବା ଜାମିନ୍ ଖାରଜ ହୋଇଛି । ଅପରପକ୍ଷେ ଈଶ୍ୱରଙ୍କ ଓକିଲ ଈଶ୍ବରଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ମିଥ୍ୟା ଦର୍ଶାଇ ପକ୍ଷ ରଖିଥିବା ବେଳେ ଆସନ୍ତାକାଲି ଈଶ୍ୱର ବେହେରା ମାମଲାର ହେବ ଅନ୍ତିମ ରାୟ  । ଇଶ୍ଵରକୁ ଦଣ୍ଡ ମିଳିବ ନା ମୁକ୍ତି ଏନେଇ ଆସନ୍ତାକାଲି  କୋର୍ଟଙ୍କ ରାୟକୁ ସମସ୍ତଙ୍କର ନଜର ରହିଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

25 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

27 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago