ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଛେଦ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ(କେନ୍ୟୁଜ୍): ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଛେଦ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ଜଷ୍ଟିସ୍‌ ଅରୁଣ ମିଶ୍ର, ଜଷ୍ଚିସ୍‌ ଏମ୍‌. ଆର୍‌ ଶାହ ଓ ଜଷ୍ଟିସ୍‌ ବି. ଆର ଗଭାଇଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି କରିବେ । ଶୁଣାଣି ବେଳ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ରିପୋର୍ଟ ଦାଖଲ କରିବା ସମ୍ଭାବନା ରହିଛି । ଗତ ୭ ତାରିଖରେ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଯାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ତଦାରଖ କରିଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ଉଚ୍ଛେଦ କାର‌୍ୟ୍ୟର ଅଗ୍ରଗତି ଓ ସ୍ଥିତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସ୍ଥିତି ଅନୁଧ୍ୟାନ ପରେ ଆମିକସ କ୍ୟୁରୀ କହିଛନ୍ତି, ବିକାଶ ପାଇଁ ଉଚ୍ଛେଦ କାମରେ ରୋକ୍‌ ଲଗାଇବା ଠିକ୍‌ ନୁହଁ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ବୋଲି କହିଥିଲେ ।