ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ଜୋନ ଉଚ୍ଛେଦ ମାମଲାର ଶୁଣାଣି, ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରୀ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶ୍ରୀମନ୍ଦିର ସଂସ୍କାର ଓ ସୁରକ୍ଷା ଜୋନ ଉଚ୍ଛେଦ ମାମଲାର ଶୁଣାଣି । ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ସପ୍ତାହ ସମୟ ମାଗିଲେ ଆମିକସ କ୍ୟୁରୀ ରଞ୍ଜିତ କୁମାର । ଅକ୍ଟୋବର ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ଓ ପୁରୀରେ ବିକାଶ କାର୍ଯ୍ୟ ତଦାରଖ କରି ରିପୋର୍ଟ ଦେବାକୁ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାପରେ ଗତ ୭ ତାରିଖରେ ଆମିକସ୍ କ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁରୀ ଆସିଥିଲେ। ଉଚ୍ଛେଦ ପ୍ରକ୍ରିୟାର ତଦାରଖ କରିଥିଲେ । ଗଜପତି ଦିବ୍ୟସିଂହ ଦେବ, ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ଉଚ୍ଛେଦ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ।