ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା : ପଦୋନ୍ନତି ପାଇ ପାରନ୍ତି ୬ ଜଣ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣଙ୍କ ସମେତ ମୋଟ୍ ୬ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇ ପାରନ୍ତି। ଚଳିତ ସପ୍ତାହରେ ବସିପାରେ ସୁପ୍ରିମକୋର୍ଟ କଲେଜିୟମ। ଏଥିରେ ଅତି କମରେ ସୁପ୍ରିମକୋର୍ଟ ଜଜ୍ ଭାବେ ୬ ଜଣଙ୍କ ନାଁ ସୁପାରିଶ କରାଯାଇପାରେ।

ଉତ୍ତରାଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏମ୍ ଯୋଶେଫଙ୍କ ସମେତ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ହାଇଦ୍ରାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ମଧ୍ୟ ସୁପାରିଶ କରାଯିବ ବୋଲି ଜଣାପଡ଼ିଛି। ଏବେ ସୁପ୍ରିମ କୋର୍ଟରେ ୨୨ ଜଣ ବିଚାରପତି ଅଛନ୍ତି। ତେବେ ରହିବା କଥା ୩୧ ଜଣ ବିଚାରପତି।

Leave A Reply

Your email address will not be published.