ସୁପ୍ରିମ୍ କୋର୍ଟଙ୍କ ବଡ଼ ରାୟ: ଖଣିଜ ସମ୍ପଦ ଉପରେ ରାଜ୍ୟମାନେ ଲାଗୁ କରିପାରିବେ କର

ଭୁବନେଶ୍ୱର : ଖଣିଜ ସମ୍ପଦ ଥିବା ଜମି ଉପରେ କର ଲାଗୁ ନେଇ ସୁପ୍ରିମ୍ କୋର୍ଟଙ୍କ ବଡ଼ ରାୟ ।  ଖଣିଜସମ୍ପଦ ଉପରେ ରାଜ୍ୟମାନେ ଲାଗୁ କରିପାରିବେ କର। ସୁପ୍ରିମକୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ବଡ଼ ରାୟ ଶୁଣାଇଛନ୍ତି । ୯ ଜଣିଆ ଖଣ୍ଡପୀଠରୁ ୮ ବିଚାରପତି ରାଜ୍ୟ ସପକ୍ଷରେ ରାୟ ଦେଇଛନ୍ତି । ୭ ଜଣିଆ ଖଣ୍ଡପୀଠଙ୍କ ରାୟକୁ ରଦ୍ଦ କଲେ ୯ ଜଣିଆ ଖଣ୍ଡପୀଠ । MMDR ଆକ୍ଟରେ ରାଜ୍ୟମାନଙ୍କ ନିକଟରେ ଅଧିକାର ନଥିଲା । ଏଣିକି ରାଜ୍ୟମାନେ ଖଣିଜସମ୍ପଦ ଉପରେ କର ଲାଗୁ କରିପାରିବେ। ଆସନ୍ତା ବୁଧବାର ମାମଲାର ପରବର୍ତ୍ତି ଶୁଣାଣି ହେବ ।

ଖଣିଜ ସମ୍ପଦ, ରାଜ୍ୟକର ପିଛିଲା ଭାବେ ନା ଏବେଠୁ ଲାଗୁ ହେବ ସେ ନେଇ ଶୁଣାଣି ହେବ । ଏହା ଧାର୍ଯ୍ୟ କରିବାକୁ ଉଭୟ ପକ୍ଷର ଓକିଲ ଅନୁରୋଧ କରିଥିଲେ । ଓଡ଼ିଶାରେ ଖଣିଜଭୂମି ଉପରେ ଟ୍ୟାକ୍ସ ଲଗାଇବାକୁ ଆଇନ ଆଣିଥିଲେ ନବୀନ ସରକାର । ୨୦୦୪ରେ ତତ୍କାଳନୀ ନବୀନ ପଟ୍ଟନାୟକ ସରକାର ଆଇନ ଆଣିଥିଲେ । ଏହି ଆଇନର ନାଁ ଥିଲା ORISED ଆକ୍ଟ । ORISED ଆକ୍ଟକୁ ରଦ୍ଦ କରିଥିଲେ ଓଡ଼ିଶା ହାଇକୋର୍ଟ।