ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ହେବାକୁ ଥିବା ବୈଠକରେ ଦଳର ଆଗାମୀ ରଣନୀତି ନେଇ ଆଲୋଚନା ହେବ । ଜୁନ ୨୭ରୁ ୩ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟସଭା ଅଧିବେଶନ ବସିବାକୁ ଯାଉଛି । ତା ପୂର୍ବରୁ ସଂସଦରେ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପାଇଁ ସୁପ୍ରିମୋ ଏହି ବୈଠକ ଡାକିଥିବା ଜଣାପଡ଼ିଛି । କେନ୍ଦ୍ର ସରକାରଙ୍କୁ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେବ ନା ନାହିଁ ସେ ସଂପର୍କରେ ଆଲୋଚନା ହେବ । ଏଥର ଲୋକସଭା ନିର୍ବାଚନରେ ବିଜେଡିର ଜଣେ ସାଂସଦ ଜିତିନାହାନ୍ତି । କିନ୍ତୁ ରାଜ୍ୟସଭାରେ ୯ ଜଣ ସଦସ୍ୟ ଅଛନ୍ତି । ନବୀନ ସାଂସଦଙ୍କୁ କେଉଁ ଦିଶାନିର୍ଦ୍ଦେଶ ଦେଉଛନ୍ତି ତାକୁ ଅପେକ୍ଷା । ରାଜ୍ୟସ୍ବାର୍ଥ ପାଇଁ ଦଳ ଲଢ଼େଇ କରିବ ବୋଲି ବିଜେଡି କହିଛନ୍ତି ।

You might also like