ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ପ୍ରଚାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ, କହିଲେ ପିପିଲି-ଡେଲାଙ୍ଗର ବିକାଶ କଥା ମୁଁ ବୁଝିବି

ପିପିଲି(କେନ୍ୟୁଜ୍):  ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ । ରୁଦ୍ରଙ୍କ ପାଇଁ ଭର୍ଚୁଆଲରେ ଭୋଟ୍‌ ମାଗିଛନ୍ତି ବିଜେଡି ସୁପ୍ରିମୋ । ଆଜି ପ୍ରଚାରରେ ବିଜେଡି ଦେଖାଇଛି ମହିଳା ଶକ୍ତି । ବିଭିନ୍ନ ପଞ୍ଚାୟତରେ ନବୀନଙ୍କ ଭର୍ଚୁଆଲ୍‌ ରାଲିରେ ସାମିଲ ହୋଇଥିଲେ ଶତାଧିକ ମହିଳା । ଗଣତନ୍ତ୍ରର ମହାପର୍ବ ମତଦାନରେ ଅଧିକ ସଂଖ୍ୟାରେ ସାମିଲ ହେବାକୁ ମାଆମାନଙ୍କୁ ଅପିଲ କରିଛନ୍ତି ନବୀନ । ଏହାସହ ପିପିଲି-ଡେଲାଙ୍ଗର ସର୍ବାଙ୍ଗୀନ ଉନ୍ନତି କଥା ନିଜେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପାଇଁ ପିପିଲିର ତିନିଟି ସ୍ଥାନ ପଟାସାହାଣିପୁର, ଦାଣ୍ଡମୁକନ୍ଦପୁର, କୁମାରେଶ୍ୱର ଓ ଡେଲାଙ୍ଗର ତିନିଟି ସ୍ଥାନ ବଡଅଙ୍କୁଳା, ରେଞ୍ଚ ଓ ସିଂହବ୍ରହ୍ମପୁରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା ବିଜେଡି। ସବୁ ସଭା ସ୍ଥଳରେ ଉପସ୍ଥିତ ଥିଲେ ବହୁ ବରିଷ୍ଠ ନେତା। ନବୀନଙ୍କ ବାର୍ତ୍ତା ଶୁଣିବାକୁ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ପିପିଲି ଉପନିର୍ବାଚନକୁ ମଝିରେ ରହିଲା ଆଉ ଚାରି ଦିନ । ଦୁଇ ଦିନ ପରେ ଥମିବ ପ୍ରଚାର । ଏବେ ପିପିଲିରେ ମାଳ ମାଳ ନେତା ଓ ମନ୍ତ୍ରୀ ଡେରା ପକାଇଛନ୍ତି । ରୁଦ୍ରଙ୍କ ପାଇଁ ଚଳାଇଛନ୍ତି ମାରାଥନ୍‌ କ୍ୟାମ୍ପେନ୍‌ ।

 

Leave A Reply

Your email address will not be published.