ନା ବଡ଼ ପୁଅ ନା ସାନ ପୁଅ କାହା ପାଇଁ ପ୍ରଚାର କରିବିନି ; ସୁର ରାଉତରାୟ
ସୋ କଜ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ । ଦୀର୍ଘ ୫୦ ବର୍ଷ ହେଲା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛି । ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । ମୋ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ସାଂସଦ ପାଇଁ ନିର୍ବାଚନ ଲଢ଼ୁଛି ।

ଭୁବନେଶ୍ୱର(କେନ୍ୟୁଜ୍): ସୋ କଜ ନୋଟିସର ଉତ୍ତର ରଖିଲେ ସୁର ରାଉତରାୟ । ଦୀର୍ଘ ୫୦ ବର୍ଷ ହେଲା ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଛି। ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ। ମୋ ସାନ ପୁଅ ମନ୍ମଥ ରାଉତରାୟ ଭୁବନେଶ୍ବର ସାଂସଦ ପାଇଁ ନିର୍ବାଚନ ଲଢ଼ୁଛି । ତେଣୁ ମୁଁ ଭୁବନେଶ୍ବରରେ ପ୍ରଚାର କରିବିନି । ଯଦି ବଡ଼ପୁଅ ସିଦ୍ଧାର୍ଥ ସ୍ବାଧୀନ ଭାବେ ଜଟଣୀରୁ ଲଢ଼ିବେ ତେବେ ତାଙ୍କ ପାଇଁ ମଧ୍ୟ ପ୍ରଚାର କିରବିନି ବୋଲି କହିଛନ୍ତି ସୁର । ଭୁବନେଶ୍ବରକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ସାନ ପୁଅ ମନ୍ଣଥ ରାଉତରାୟଙ୍କ ପ୍ରଚାର ବେଳେ ତାଙ୍କ ସହ ସୁରଙ୍କୁ ଦେଖାଯାଇଥିଲା । ଏହାପରେ କଂଗ୍ରେସ ତରଫରୁ ତାଙ୍କୁ ଦିଆଯାଇଥିଲା ସୋ କଜ ନୋଟିସ ।