କଂଗ୍ରେସକୁ ଫେରିଲେ ସୁର ରାଉତରାୟ, ବିରାଟ ପଟୁଆରରେ ଆସି ପୁଣି ଦଳରେ ହେଲେ ସାମିଲ

ଭୁବନେଶ୍ୱର : ସୁରଙ୍କ ଘର ବାହୁଡ଼ା । ପୁଣି କଂଗ୍ରେସକୁ ଫେରିଲେ ସୁର ରାଉତରାୟ । କଂଗ୍ରେସରେ ସାମିଲ ହେଲେ । ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି । ଏହି ସମୟରେ ସୁର ବେଶ ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଲୁହ ଛଳ ଛଳ ହୋଇଯାଇଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଥିଲେ ସୁର। ଗତକାଲି କଂଗ୍ରେସର ନିଲମ୍ବିତ କିମ୍ବା ବହିଷ୍କୃତ ନେତାଙ୍କ ଉପରୁ ଆଦେଶ ହଟିଥିଲା । ପିସିସି ସଭାପତି ଭକ୍ତଚରଣ ଦାସ ନିଲମ୍ବନ -ବହିଷ୍କୃତ ଆଦେଶକୁ ହଟାଇଥିଲେ ।

ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବିତ କିମ୍ବା ବହିଷ୍କୃତ ହୋଇଛନ୍ତି ସେମାନଙ୍କ ଉପରୁ ଆଦେଶ ପ୍ରତ୍ୟାହାର କରାଯାଇଛି । ଏହାସହ ଯେଉଁମାନେ କୌଣସି କାରଣରୁ ଦଳ ଛାଡ଼ିଛନ୍ତି ସେମାନଙ୍କୁ ମଧ୍ୟ କଂଗ୍ରେସକୁ ଫେରିଆସିବାକୁ ନିବେଦନ କରାଯାଇଛି । ପୂର୍ବରୁ ସୁର ୬ଥର ଜଟଣୀରୁ ବିଧାୟକ ହୋଇଥିବା ବେଳେ ବହୁ ଥର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

 

ଆହୁରି ପଢନ୍ତୁ : ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଅଜୟ କୁମାର ଲଲ୍ଲୁଙ୍କୁ ଦାୟିତ୍ବ ଦେଲା ଦଳ