ଆଜିଠୁ ପୁଣି ଶୁଭିବ ମାଡାମ ସ୍ପିକର, ସୁରମା ପାଢ଼ୀ ହେଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର (କେନ୍ୟୁଜ): ପୁଣି ଥରେ ବିଧାନସଭାରେ ଶୁଭିବ ମାଡାମ ସ୍ପିକର । ସୁରମା ପାଢ଼ୀ ହେଲେ  ବିଧାନସଭା ବାଚସ୍ପତି  ।  ଆଜି ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା ହୋଇଛି । ସର୍ବସମ୍ମତି କ୍ରମେ ସୁରମା ପାଢୀ ବାଚସ୍ପତି ନିର୍ବାଚିତ ହୋଇଛନ୍ତି  । ଏନେଇ ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଗତକାଲି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ସୁରମା ପାଢୀ ।

ତେବେ ଦୁଇ ଥରର ବିଧାୟକ ହୋଇଛନ୍ତି ସୁରମା ପାଢ଼ୀ । ୨୦୦୪ ଓ ୨୦୨୪ରେ ରଣପୁରରୁ ବିଜୟୀ ହୋଇଛନ୍ତି। ୨୯ ଡିସେମ୍ବର ୧୯୬୦ରେ ଜନ୍ମ ନେଇଥିବା ସୁରମା ଉତ୍କଳ ବିଶ୍ବବିଦ୍ୟାଳୟରୁ ଗୃହ ବିଜ୍ଞାନରେରେ ସ୍ନାତ୍ତୋକତ୍ତର ସହ ଏଲଏଲବି କରିଛନ୍ତି । ପେଶାରେ ଆଇନଜୀବୀ ଥିବା ସୁରମା ୧୯୮୮ରେ ବିଜେପିରେ ଯୋଗ ଦେଇଥିଲେ । ୧୯୯୮ରୁ ୨୦୦୦ ଯାଏ ରାଜ୍ୟ BJMM ସଭାପତି ଥିଲେ । ୨୦୦୦ରୁ ୨୦୦୨ ଯାଏ BJMMର ରାଷ୍ଟ୍ରୀୟ ସଭାପତି ଥିଲେ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ଭାରତ ସ୍କାଉଟ ଆଣ୍ଡ ଗାଇଡର ଉପସଭାପତି ଥିଲେ ସୁରମା ।

 

Leave A Reply

Your email address will not be published.