ଏକତରଫା ପ୍ରେମ ପାଇଁ ଆତ୍ମହତ୍ୟା କରିଛନ୍ତି ସୁରେଖା, ଅଭିଯୁକ୍ତଙ୍କୁ ଧରିବା ପରେ ସାମ୍ନାକୁ ଆସିଲା ସତ

ଭୁବନେଶ୍ବର(କେନ୍ୟୁଜ୍): ହତ୍ୟା ନୁହେଁ ଆତ୍ମହତ୍ୟା କରିଥିଲେ ସୁରେଖା। ବିଶ୍ୱଜିତ୍‌ ଜେନାକୁ ଏକତରଫା ପ୍ରେମ କରୁଥିଲେ ସୁରେଖା। ଯାହାକୁ ନେଇ ସେଦିନ ରାତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସମସ୍ତେ ଖାଇସାରି ଶୋଇବା ପରେ ୩ ଜଣଙ୍କୁ ବାହାର ପଟୁ କବାଟ ଦେଇ ବିଶ୍ୱଜିତଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାପରେ ପ୍ରମାଣ ନଷ୍ଟ କରି ୩ଜଣ ନୟାଗଡ ପଳାଇ ଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଭରତପୁର ସୁରେଖା ହତ୍ୟା ମାମଲାରେ ନୟାଗଡରୁ ୩ ଜଣଙ୍କୁ ଗିରଫ କରିଛି ଭରତପୁର ପୋଲିସ। ଅଭିଯୁକ୍ତଙ୍କୁ ନେଇ ଆଜି କ୍ରାଇମସିନ୍‌ ରିକ୍ରିଏସନ୍‌ କରିବ ପୋଲିସ।

କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ପୁୁରୁଷ ବନ୍ଧୁଙ୍କ ଘରେ ଏମ୍‌ସର ଏକ ୪ଜଣିଆ ବିଶେଷଜ୍ଞ ଟିମ୍‌ ଓ ଫରେନସିକ୍‌ ଟିମ୍‌ ତନାଘନା ଚଳାଇଥିଲା। ଘର ଭିତରୁ ରକ୍ତ ଛିଟା ଲାଗିଥିବା କିଛି ଲୁଗାପଟା ମଧ୍ୟ ଜବତ ହୋଇଥିଲା । ଶ୍ୱାସରୁଦ୍ଧ ହୋଇ ସୁରେଖାଙ୍କ ମୃତ୍ୟୁ ହୋଇଥିବା ଏମ୍ସର ଡାକ୍ତରୀ ଟିମ୍‌ ସ୍ପଷ୍ଟ କରିଛନ୍ତି । ବ୍ରହ୍ମଗିରି ଅଞ୍ଚଳର ସୁରେଖା ପଲେଇ ଭୁବନେଶ୍ୱର ଭରତପୁରରେ ଭଡ଼ା ଘରେ ରହି ବିବାହ ଉତ୍ସବ ଗୁଡିକରେ େଓ୍ଵଲକମ୍‌ ଗାର୍ଲ ଭାବେ କାମ କରୁଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ଆଜି କ୍ରାଇମସିନ୍‌ ରିକ୍ରିଏସନ୍‌ କରିବ ପୋଲିସ।

Leave A Reply

Your email address will not be published.