ମଧ୍ୟରାତ୍ରୀରେ ହସ୍ପିଟାଲକୁ ସରପ୍ରାଇଜ୍‌ ଭିଜିଟ୍‌ କଲେ ନବରଙ୍ଗପୁର ଏସ୍‌ପି, ଓ୍ଵାର୍ଡ ଓ୍ଵାର୍ଡ ବୁଲି କିପରି ସ୍ୱାସ୍ଥ୍ୟସେବା ମିଳୁଛି ପଚାରି ବୁଝିଲେ

ନବରଙ୍ଗପୁର(କେନ୍ୟୁଜ୍): ହଠାତ୍‌ ମେଡିକାଲରେ ପହଞ୍ଚିଲେ ନବରଙ୍ଗପୁର ଏସ୍‌ପି ନୀତିନ କୁସଲକର । ରାତି ପାଖାପାଖି ୧୨ଟାରେ ମେଡିକାଲରେ ପହଞ୍ଚି ଯାଇଥିଲେ ଏସ୍‌ପି । ଓ୍ଵାର୍ଡ ଓ୍ଵାର୍ଡ ବୁଲି ରୋଗୀ ଓ ରୋଗୀଙ୍କ ସଂପର୍କୀୟଙ୍କଠାରୁ କିପରି ସ୍ୱାସ୍ଥ୍ୟ ସେବା ପାଉଛନ୍ତି ସେନେଇ ଆଲୋଚନା କରିଥିଲେ । ମାଗଣାରେ ରକ୍ତ ପାଉଛନ୍ତି କି ନାହିଁ ରକ୍ତ ଭଣ୍ଡାର ଯାଇ ଲୋକଙ୍କୁ ପଚାରି ବୁଝିଥିଲେ । ଦାୟିତ୍ୱରେ ଥିବା ଡାକ୍ତର ଏବଂ ଅନ୍ୟ କର୍ମଚାରୀଙ୍କ ସହ କଥା ହୋଇଥିଲେ । ଲୋକେ କିପରି ମାଗଣାରେ ସ୍ୱାସ୍ଥ୍ୟସେବା ଠିକ୍‌ ଭାବେ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

 

Leave A Reply

Your email address will not be published.