ମୌସୁମୀ ପୂର୍ବରୁ ଶେଷ ହେବ କଟକ ସହରରେ ପଙ୍କ ଉଦ୍ଧାର କାର୍ଯ୍ୟ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଲେ ମେୟର

କଟକ(କେ.ନ୍ୟୁଜ୍‌): କଟକ ସହରର ସବୁ ସମସ୍ୟାକୁ ଦୂର କରିବାକୁ ଅଣ୍ଟା ଭିଡ଼ିଛନ୍ତି ନୂଆ ମେୟର। ମୌସୁମୀ ପୂର୍ବରୁ କଟକ ସହରରେ ପଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ କରିବାକୁ ଯୋଜନା ରଖିଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଆଜି କଡ଼ା ତାଗିଦ କରିଛନ୍ତି ମେୟର ସୁବାସ ସିଂହ।

କଟକ ସହରର ବିଭିନ୍ନ ଅଞ୍ଚଳରେ ଥିବା ଛୋଟ, ବଡ଼ ଡ୍ରେନ୍‌ଗୁଡ଼ିକର ସ୍ଥିତି ନିଜେ ବୁଲି ପରଖି ଦେଖିଛନ୍ତି। ଲୁହା ରଡ଼ ଗେଞ୍ଜି ଅବସ୍ଥା ଯାଞ୍ଚ କରିଛନ୍ତି। କେତେ ପଙ୍କ, ଅଳିଆ ଆବର୍ଜନା ଜମି ରହିଛି ତାହାର ବି ଅନୁଧ୍ୟାନ କରିଛନ୍ତି। ଯେଉଁ ଅଞ୍ଚଳଗୁଡ଼ିକରେ ଡ୍ରେନ ଉପରେ ଯାଇଥିବା କଲଭର୍ଟ ଦୁର୍ବଳ ଅବସ୍ଥାରେ ରହିଛି, ଆଗାମୀ ଦୁଇ ମାସ ଭିତରେ ସେଗୁଡ଼ିକର ମରାମତି ତଥା ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ମେୟର କହିଛନ୍ତି।

ଅନ୍ୟପଟେ କିଛି କାମ ହେଉନାହିଁ, ସବୁ କିଛି କେବଳ ଲୋକ ଦେଖାଣିଆ ଚାଲିଛି ବୋଲି ମେୟରଙ୍କୁ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଦୀର୍ଘ ବର୍ଷ ଧରି ନାଳ ପାଣି ଲୋକଙ୍କ ଘରେ ପଶୁଥିଲେ ବି ସମାଧାନର ସୂତ୍ର କାହିଁକି ବାହାରି ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା।

Also Read: ଦୁଇ ବର୍ଷ ପରେ ଦୁଲୁକିବ ବାରବାଟୀ, ପୂର୍ଣ୍ଣ କ୍ଷମତାରେ ଦର୍ଶକ ଦେଖିବେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.