ଜଳଡିହା ଗ୍ରାମରେ ସୁନାର ସନ୍ଧାନ ! ସର୍ଭେ କାମ ଆରମ୍ଭରୁ ସୀମାକୁ ନେଇ ୨ ଗାଁ ମଧ୍ୟରେ ବିବାଦ

ବାଂଶପାଳ(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଜଳଡିହା ଗ୍ରାମ ଜଙ୍ଗଲରେ ସୁନା ଖଣିର ସନ୍ଧାନ ମିଳିଛି । ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ) ପକ୍ଷରୁ ୫ ଜଣିଆ ଦଳ ଜଳଡିହା ଜଙ୍ଗଲରେ ଡେରା ପକାଇ ସର୍ଭେ ଆରମ୍ଭ କରିଛନ୍ତି । ଏହି ସବୁ ସ୍ଥାନରୁ ନମୁନା ସଂଗ୍ରହ କରି ଲାବୋରେଟୋରିକୁ ପଠାଇ ପରୀକ୍ଷା କରିବା ପରେ କେତେ ପରିମାଣର ସୁନା ବାହାରିବ କିମ୍ବା ଅନ୍ୟ କୌଣସି ଧାତବ ପଦାର୍ଥ ବାହାରିବ ତାହା ଜଣାପଡିବ ।

ଭୁତତ୍ତ୍ୱ ବିଭାଗ ପକ୍ଷରୁ ବ୍ୟାପକ ଡ୍ରିଲିଂ ମେସିନ ସହିତ ଜିଓଲୋଜିଷ୍ଟ ଓ ଅନ୍ୟ କର୍ମଚାରୀମାନେ ଜଙ୍ଗଲରେ ଡେରା ପକାଇଛନ୍ତି । ତେବେ ୧୯୭୬/୭୭ ମସିହାରୁ ବ୍ଲକର ଜଳଡିହା, ଗଜିପୁର, କୁଶକଳା ଆଦି ଗ୍ରାମର ପାହାଡ଼ରେ ସୁନା ଖଣିର ସନ୍ଧାନ ପାଇଁ ଭୁତତ୍ତ୍ୱ ଓ ଖଣି ବିଭାଗ ପକ୍ଷରୁ ସର୍ଭେ କରାଯାଇଥିଲା୍‌ । ପରବର୍ତ୍ତୀ ପର୍ଯ୍ୟାୟରେ ବିଗତ କିଛି ବର୍ଷ ପରେ ଚଳିତ ବର୍ଷ ଜଳଡିହା ଗ୍ରାମ ଜଙ୍ଗଲ ରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ସର୍ଭେ କାମ ଆରମ୍ଭ କରାଯାଉଛି ।

ଏହି ଜଙ୍ଗଲରେ ସୁନା ବାହାରିବ ବୋଲି ସ୍ଥାନୀୟ ଲୋକଙ୍କ ମନରେ ଆନନ୍ଦ ଖେଳିଯାଇଛି । ସର୍ଭେ କାମ ଚାଲିଥିବା ବେଳେ ଏହି ଜଙ୍ଗଲ ସୀମାନ୍ତ ୨ ଗ୍ରାମ ଜଳଡିହା ଓ ଗୋପପୁର ଗ୍ରାମର ଲୋକେ ଖଣିରେ ଉଭୟ ନିଜ ସୀମା ବୋଲି ଦାବି କରିବା ସହିତ ଖଣିରେ କାମ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସୀମା ବିବାଦ ଯୋଗୁଁ ସର୍ଭେ କାମ ବନ୍ଦ ହୋଇଥିବା ଜଣାପଡିଛି ।

forest-

ତେବେ ସୁନା ଖଣି ଠାବ ପାଇଁ ସର୍ଭେ ହେଉଥିବା ସ୍ଥାନଟି ମାନଚିତ୍ରରେ ଜଳଡିହା ପରିବର୍ତ୍ତେ ସରକାରୀ ଭାବେ ଭୂଲ ବଶତଃ ଗୋପପୁର ବୋଲି ଦର୍ଶାଯାଇଛି । ସରକାରୀ ଭାବେ ଗୋପପୁର ବଦଳରେ ଜଳଡିହା ନାମିତ କରାଯିବା ସହିତ ସୀମା ନିର୍ଦ୍ଧାରଣ ସଠିକ ଭାବେ କରି ସର୍ଭେ କାମ ଆରମ୍ଭ କରିବାକୁ ନେଇ ଜଳଡିହା ଗ୍ରାମବାସୀ ନଭେମ୍ବର ୮ ତାରିଖ ରେ କେନ୍ଦୁଝର ଜିଲ୍ଲାପାଳ,ଏସପି,ଭୁବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ର ଯୁଗ୍ମ ନିର୍ଦ୍ଦେଶକ,ବାଂଶପାଳ ତହସିଲଦାରଙ୍କୁ ମୌଖିକ ଅଭିଯୋଗ କରିବା ସହିତ ସ୍ପୀଡ଼ ପୋଷ୍ଟ ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ଇସ୍ପାତ ଏବଂ ଖଣି ମନ୍ତ୍ରଣାଳୟକୁ ମଧ୍ୟ ଏ ସମ୍ପର୍କରେ ଜଣାଇଥିଲେ ।

ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଆଜି ବାଂଶପାଳ ତହସିଲ ପକ୍ଷରୁ ତରମାକାନ୍ତ ଭାରପ୍ରାପ୍ତ ଆର ଆଇ ପ୍ରିୟବ୍ରତ ନାୟକ,ନୟାକୋଟ ଥାନା ଏସ ଆଇ ଜେନା ଖାଲକୋ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ର ଜିଓଲୋଜିଷ୍ଟ ଓ ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉପସ୍ଥିତିରେ ସୀମା ଚିହ୍ନଟ କରାଯାଇଥିଲା । ଚିହ୍ନଟ ରେ ସର୍ଭେ ହେଉଥିବା ସ୍ଥାନଟି ଜଳଡିହା ଗ୍ରାମ ଅନ୍ତର୍ଭୁକ୍ତ ସୁନା ଖଣି ଅଞ୍ଚଳ ଓ ଗ୍ରାମବାସୀଙ୍କ ପଟା ଭୁକ୍ତ ଅଞ୍ଚଳ ଥିବା ଜଣା ପଡିଥିଲା ।  କିନ୍ତୁ ୨ ଗାଁ ମଧ୍ୟରେ ସୀମା ବିବାଦ ଯୋଗୁଁ ସର୍ଭେ କାମ ଆରମ୍ଭ ହୋଇ ପାରିନାହିଁ ବୋଲି କହିଛନ୍ତି । ଆଜି ସୀମା ନିର୍ଦ୍ଧାରଣ ହେବା ପରେ ଆସନ୍ତାକାଲି ଠାରୁ ସର୍ଭେ ଆରମ୍ଭ ହେବ । ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ଏଠାରେ କ’ଣ ଅଛି ଜଣା ପଡିବ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.