ହାଇଦ୍ରାବାଦରୁ ୮ ଲକ୍ଷ ଟଙ୍କାର ଗହଣା ଚୋରି କରି ଫେରାର ଥିବା ସୂର୍ଯ୍ୟା ଶୁକ୍ଲାକୁ ଗିରଫ କଲା କୁଚିଣ୍ଡା ପୋଲିସ

କୁଚିଣ୍ଡା(କେନ୍ୟୁଜ୍) : ଚୋରି ଘଟଣାର ପର୍ଦ୍ଦାଫାସ । ହାଇଦ୍ରାବାଦକୁ କାମ କରିବାକୁ ଯାଇ ୮ଲକ୍ଷ ଟଙ୍କାର ଗହଣା ଚୋରି କରି ଫେରାର ହୋଇ ଯାଇଥିବା ସୂର୍ଯ୍ୟା ଶୁକ୍ଲାକୁ ଗିରଫ କରିଛି କୁଚିଣ୍ଡା ପୋଲିସ । ସୂର୍ଯ୍ୟା ଶୁକ୍ଲା ହାଇଦ୍ରାବାଦର ଗୋପେନ ପାଳି ଅଞ୍ଚଳର ପିଭିଆର ରେସିଡେନ୍ସି, ମଞ୍ଜିରା ଡାଇମଣ୍ଡ ଟାୱାରରେ ରହୁଥିବା ସୁନୀଲ ଗୁପ୍ତାଙ୍କ ଘରେ କାମ କରୁଥିଲେ । ଗତ ୪ ତାରିଖ ଦିନ ଘର ଲୋକେ ହସ୍ପିଟାଲ ଯାଇଥିବା ବେଳେ ଏହାର ସୁଯୋଗ ନେଇ ମୋଟ ୮ ଲକ୍ଷ ଟଙ୍କାର ଗହଣା ନେଇ ଫେରାର ହୋଇ ଯାଇଥିଲେ । ପରେ ସୁନୀଲଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ପୋଲିସରେ ଏନେଇ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ । କୁଚିଣ୍ଡା ପୋଲିସ ଅଭିଯୁକ୍ତ ସୂର୍ଯ୍ୟା ଶୁକ୍ଲାକୁ ଗିରଫ କରିବା ସହ ସମସ୍ତ ଗହଣା ଉଦ୍ଧାର କରିଛି । ତାଙ୍କୁ କୋର୍ଟରେ ହାଜର କରିବା ପରେ ଚାନ୍ଦନଗର ପୋଲିସକୁ ହସ୍ତାନ୍ତର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.