କଳାକୌଶଳ ଦେଖାଇଲେ ବାୟୁସେନାର ଫାଇଟର ଜେଟ୍‌, ଫୁଲ ଡ୍ରେସ ରିହରସଲ କଲେ ସୂର୍ଯ୍ୟକିରଣ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପ୍ରଥମ ଏୟାର ସୋ’ ପାଇଁ ପ୍ରସ୍ତୁତି ଜୋରଦାର । ଆସନ୍ତାକାଲି ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ସୂୂର୍ଯ୍ୟ କିରଣ ସୋ’ ହେବ । ତାପୂର୍ବରୁ ଆଜି ଦିନ ୧୦ଟା ବେଳେ ଫୁଲ ଡ୍ରେସ ରିହରସିଲ କରିଛି ସୂର୍ଯ୍ୟକିରଣ ଟିମ । କଳାକୌଶଳ ଦେଖାଇଛନ୍ତି ବାୟୁସେନାର ଫାଇଟର ଜେଟ୍‌ । ୯ଟି ହକ୍‌ ଏୟାରକ୍ରାଫ୍ଟ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସମରକଳା ଦେଖାଇଥିଲେ । ଆରୋ, ଡାଇମଣ୍ଡ ଫର୍ମେସନ କରିଥିଲେ । ସେହିପରି ୨ଟି ହକ୍‌ ବିମାନ ସୁଇସାଇଡାଲ କ୍ରସିଂ, ହରାଇଜଣ୍ଟାଲ କ୍ରସିଂ ଓ ଭର୍ଟିକାଲ କ୍ରସିଂରେ ରୋମାଞ୍ଚ ଭରିଥିଲେ । ଆସନ୍ତାକାଲି ୧୮ରୁ ୨୦ମିନିଟର ହେବ ସୂର୍ଯ୍ୟକିରଣ ସୋ’ ।

ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିବ । ଦ୍ୱିତୀୟ ପର୍ଯ୍ୟାୟରେ ୨ଟି ଲେଖାଏ ବିମାନ ୧୬ଶହ କିମି ପ୍ରତି ଘଣ୍ଟା ବେଗରେ ୨୦୦ରୁ ୩୦୦ ଫୁଟ ଉଚ୍ଚରେ ସୋ’ ଦେଖାଇବେ । ମାଟି ଠାରୁ ୫୦୦ରୁ ହଜାରେ ଫୁଟ ଉଚ୍ଚରେ ହକ ଫାଇଟ୍‌ ଜେଟ୍‌ରେ ସୋ’ ଦେଖାଇବ ବାୟୁସେନା । ଆସନ୍ତାକାଲିର ଏୟାରଶୋ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯିବ । ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ୧୫ ପ୍ଲାଟୁନ ପୋଲିସ ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.