ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ୱରେ ମହାମାରୀ କରୋନା କାୟା ମେଲାଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦୈନନ୍ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ବ୍ୟକ୍ତିର ଦାରିଙ୍ଗବାଡ଼ି ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତକଙ୍କୁ କରୋନା ହୋଇଥିବା ସନ୍ଦେହ କରି ପ୍ରଶାସନ ତରଫରୁ ମୃତ ଦେହକୁ ପରିବାର ଲୋକଙ୍କୁ ଘରକୁ ନେବାକୁ ଦିଆଯାଇ ନଥିଲା ଏବଂ ଗ୍ରାମ ମଶାଣିରେ ଶବ ଦାହ କରିବାକୁ ବାରଣ କରାଯାଇଥିଲା।
ଫଳରେ ପରିବାର ଲୋକେ ବିଳମ୍ବିତ ରାତିରେ ପ୍ରଶାସନ ତରଫରୁ ପୂର୍ବରୁ ଚିହ୍ନଟ କରାଯାଇଥିବା ଗ୍ରୀନବାଡି ପଞ୍ଚାୟତର କୁତୁବାଡ଼ି-ତଗାପଙ୍ଗା ନିକଟରେ ଶବ ଦାହ କରିଥିଲେ। ତେବେ ରାତିରେ ଶବଟିକୁ ଚିହ୍ନଟ ସ୍ଥାନର ରାସ୍ତା କଡ଼ରେ ଦାହ କରାଯାଇଥିବା ବେଳେ ଶବଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିନଥିବା ଶୁକ୍ରବାର ସକାଳେ ଜଣାପଡ଼ିଥିଲା। ଫଳରେ ଗ୍ରୀନବାଡ଼ି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ସମେତ ସବ ଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକ ଏବଂ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…