ଚାନ୍ଦିପୁର DRDOରୁ ଗୁପ୍ତ ତଥ୍ୟ ପ୍ରଘଟ ମାମଲା: ୮ ମାସ ଧରି ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍କୁ ହ୍ୟାକ୍ କରିଥିଲା ରହସ୍ୟମୟୀ
କେନ୍ୟୁଜ୍(ବ୍ୟୁରୋ): ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ମିଳୁଛି ନୂଆ ନୂଆ ସୁରାକ । ରହସ୍ୟମୟୀଙ୍କ ବାବଦରେ ଗୁପ୍ତ ତଥ୍ୟ ମିଳୁଛି । ବିଦେଶରୁ ଅପରେଟ୍ କରୁଥିଲେ ମହିଳା । ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍କୁ ସେ ହ୍ୟାକ୍ କରିଥିଲେ । ୮ ମାସ ଧରି ହ୍ୟାକ୍ କରିଥିଲେ ରହସ୍ୟମୟୀ । ମହିଳା ନୂଆ ସିମ୍ କାର୍ଡ କିଣିବାକୁ ଅଭିଯୁକ୍ତଙ୍କୁ କହିଥିଲେ । ସିମ୍ କାର୍ଡ କିଣିବା ପରେ ଓଟିପି ନମ୍ବର ନେଇ ହ୍ୟାକ୍ କରୁଥିଲେ ମହିଳା ।
ପୂର୍ବରୁ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ । ଜେରା ବେଳେ ହନିଟ୍ରାପ ମାମଲାରେ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଥିଲା । ଦୁଇ ଜଣ ଅଭିଯୁକ୍ତଙ୍କୁ ମହିଳା ବିବାହ ପ୍ରସ୍ତାବ ଦେଇଥିଲେ । ଅଭିଯୁକ୍ତମାନଙ୍କ ସହ ଫେସବୁକ, ହ୍ଵାଟସ ଆପ ଓ ଇନଷ୍ଟାଗ୍ରାମରେ ଯୋଗାଯୋଗରେ ଥିଲେ । ସୋସିଆଲ ମିଡିଆରେ ସେ ବିଭିନ୍ନ ନାଁରେ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ଥିଲେ ରହସ୍ୟମୟୀ । ୟୁକେର ଫୋନ ନମ୍ବର ବ୍ୟବହାର କରୁଥିଲେ । ସଂପୃକ୍ତ ମହିଳାଙ୍କ ପ୍ରକୃତ ପରିଚୟ ଜାଣିବାକୁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଞ୍ଚ । .