ବାସୁଦେବପୁରରୁ ପୁଣି ଏକ ସନ୍ଦିଗ୍ଧ ପାରା ଉଦ୍ଧାର, ଗୋଡରେ ଲାଗିଛି ଲୋଗ ସହ ରିଙ୍ଗ
ଗତକାଲି ସଂଧ୍ୟା ସମୟରେ ସେହି ସ୍କଲ ପାଖରେ ଏକ ପାରା ବସିଥିବା ବେଳେ ସେହି ଗ୍ରାମର ଶୁଶିଲ କୁମାର ମହାନ୍ତି ନାମକ ଏକ ଯୁବକ ସେହି ପାରାକୁ ଧରି ବନ ବିଭାଗକୁ ଖବର ଦେଇଥିଲେ ।

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତ ନୋଡାଲ ସ୍କୁଲ ପାଖରୁ ସନ୍ଦିଗ୍ଧ ପାରା ଉଦ୍ଧାର କରିଛି ବନ ବିଭାଗ । ଗତକାଲି ସଂଧ୍ୟା ସମୟରେ ସେହି ସ୍କଲ ପାଖରେ ଏକ ପାରା ବସିଥିବା ବେଳେ ସେହି ଗ୍ରାମର ଶୁଶିଲ କୁମାର ମହାନ୍ତି ନାମକ ଏକ ଯୁବକ ସେହି ପାରାକୁ ଧରି ବନ ବିଭାଗକୁ ଖବର ଦେଇଥିଲେ । ବିଳମ୍ବିତ ରାତିରେ ବନ ବିଭାଗ କର୍ମଚାରୀ ପହଞ୍ଚି ସେହି ପାରାକୁ ବସୁଦେବପୁର ସ୍ଥିତ କାର୍ଯ୍ୟାଳୟକୁ ଆଣି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ।
ଦେଖିବାକୁ ମିଳିଛି ସେହି ପାରାର ୨ଗୋଡରେ ୨ ଗୋଟି ରିଂଗରେ ଇଂରାଜୀ ଭାଷାରେ କେତେକ ନମ୍ବର ସହିତ ଅକ୍ଷର ଲେଖା ରହିଛି । ସେହି ପାରାର ବାମ ଗୋଡରେ DKISHAN YADAV,୯୩୯୧୧୭୦୧୧୮,VZHG.୦୭୦ ଲେଖାଥିବା ବେଳେ ତାର ଡାହାଣ ଗୋଡରେ ୬୧୬୯୪୯୩୪୭(ଏକ ପକ୍ଷୀ ଚିହ୍ନ) ଲେଖାଥିବା ଦେଖିବାକୁ ମିଳିଛି। ଘେଏହି ସନ୍ଧିଗ୍ଧ ପାରାକୁ ବନ ବିଭାଗ ପକ୍ଷରୁ ନାଇକାଣଢିହୀ ପୋଲିସକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ଫରେଷ୍ଟଗାର୍ଡ ।