ମୃତ ଭାବୁଥିବା ମାଆ ଆଜି ହଠାତ୍ ପହଁଚିଲେ ଘରେ

ସୋର (କେନ୍ୟୁଜ) : ବହୁ ଚର୍ଚ୍ଚିତ ବାପା ମାଆଙ୍କୁ ପୁଅ ମାରିବା ଘଟଣାରେ ଆସିଲା ବଡ ଖବର । ମୃତା ଭାବୁଥିବା ମାଆ ଫେରିଲେ ଘରକୁ । ଏବେ ଖୋଲିବ ଘର ବାଡି ପଛ ପଟରେ ପୋତା ହୋଇଥିବା ସ୍ୱାମୀ ପ୍ରଭାକରଙ୍କ ମୃତ୍ୟୁ ରହସ୍ୟ । କିନ୍ତୁ ପୁଅ ରମେଶ ଏବେ କେଉର୍ଠି । ଚୁପ୍ ରହୁଛନ୍ତି ମାଆ ଚମ୍ପାବତୀ । ଅଜଣା ଅଟୋରେ ଆସି ଘର ପାଖରେ ପହଁଚିଲେ ମାଆ ।
ତେବେ କହିରଖିବାକୁ ଚାହିଁବୁ ଯେ ଗତ ଦୁଇ ଦିନ ପୂର୍ବେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁର ପ୍ରଭାକର ବେହେରାଙ୍କୁ ତାଙ୍କ ପୁଅ ରମେଶ ମାରି ବାଡି ପଛପଟ କିଆରୀରେ ଗାତ ଖୋଳି ଲୁଟ ଦେଇ ପୋତି ଦେଇଥିଲା । ଏନେଇ ମୃତ ପ୍ରଭାକରଙ୍କ ସାନ ଝିଅ ମମତା ଥାନାରେ ଅଭିଯୋଗ କରିଥିଲେ । ମାଆ ଚମ୍ପାବତୀ ନିଖୋଜ ପରେ ପୋଲିସ ପ୍ରଭାକରଙ୍କ ମୃତଦେହ ସ୍ଥାନରେ ଜେସିବି ଲଗାଇ ଖୋଜି ନିରାଶ ହୋଇଥିଲା । ସମସ୍ତେ ଭାବୁଥିଲେ ବାପାକୁ ମାରି ମାଆକୁ ବି ମାରି କେଉଁଠି ପୋତି ଦେଇଛି ପୁଅ । ହେଲେ ଆଜି ସକାଳେ ହଠାତ ଚମ୍ପାବତୀ ଏକ ଅଜଣା ଅଟୋରେ ଗାଁରେ ପହଁଚିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ତେବେ ଚମ୍ପାବତୀଙ୍କୁ କୌଣସି ପ୍ରଶ୍ନ କଲେ ବି ସେ ତାର ଉତ୍ତର ଦେଉନାହାଁନ୍ତି ।