ଯାଜପୁର ଟାଉନ: ଯାଜପୁରରୁ ଭଦ୍ରକ ବରଯାତ୍ରୀ ଯାଇଥିବା ଯୁବକ ହତ୍ୟାକାଣ୍ଡ ଘଟଣାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତ ପରିବାର ଲୋକେ । ଘଟଣାକୁ ୫ ଦିନ ବିତିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତ ଗିରପଂ ହୋଇନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ମୁତାବକ ଯାଜପୁର ଟାଉନର କୌଶିକ ସାମନ୍ତ ବରଯାତ୍ରୀ ଦଳରେ ଭଦ୍ରକ ଯାଇଥିଲେ । ଘଟଣା ରାତିରେ ସେ ଆଉ ଘରକୁ ପେଂରିନଥିଲେ । ପରଦିନ ଏକ ପୋଖରିରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଭଦ୍ରକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ଯେଉଁ ମାନଙ୍କ ସହିତ କୌଶିକ ବରଯାତ୍ରୀ ଯାଇଥିଲେ ସେମାନେ କିଭଳି ଓ କାହିଁକି ତାଙ୍କୁ ନ ଆଣି ପଳାଇ ଆସିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରି ତୁରନ୍ତ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବୀ କରାଯାଇଛି ।