ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା: ରାଉରକେଲା ପରେ ଏବେ ପୁରୀରେ ଚାଇନା ପାରା

ପୁରୀ (କେନ୍ୟୁଜ): କାଲି ରାଉରକେଲାରେ ଦେଖାଯାଇଥିବା ଚାଇନା ପାରା ଏବେ ପୁରୀ ମାଳତୀପାଟ ପୁର ପାଖରେ ଦେଖାଯାଇଛି। ଏହାକୁ ଗୁଇନ୍ଦା ପାରା କୁହାଯାଉଥିବା ବେଳେ ସନ୍ଦେହ ହେଉଛି ଏହା ଦ୍ୱାରା ଚାଇନା କିଛି ଷଡଯନ୍ତ୍ର କରୁନି ତ? କାଲି ଇସ୍ପାତନଗରୀ ଆଉ ଆଜି ଶ୍ରୀକ୍ଷେତ୍ର ପୁରୀରେ ଏହି ପାରା ଦେଖାଦେଇଛି । ଏହା ଉପରେ ତଦନ୍ତ ହେବା ଜରୁରୀ ।

ରାଉରକେଲାରୁ ଧରାପଡ଼ିଥିବା ପାରା ନମ୍ବର ଅଲଗା ଥିବାବେଳେ ପୁରୀରୁ ଧରାପଡିଥିବା ପାରା ନମ୍ବର ଅଲଗା ରହିଛି । କେତୋଟି ପାରା ଚାଇନା ଛାଡ଼ିଛି ଏବେ ସନ୍ଦେହ ହେଉଥିବା ବେଳେ ରାଉରକେଲାରେ ଦେଖାଦେଇଥିବା ପାରାର ଗୋଟିଏ ଗୋଡ଼ରେ ରିଙ୍ଗ୍ ଥିବାବେଳେ ପୁରୀ ପାରାର ୨ଟି ଗୋଡ଼ରେ ରିଙ୍ଗ୍ ରହିଛି ବୋଲି ଜଣାପଡିଛି ଏବଂ ତା ପାଟିରେ କିଛି କେମିକାଲ ସଦୃଶ୍ୟ ଦିଆଯାଇଥିବା ଜଣାପଡୁଛି। ଏବେ ପ୍ରଶ୍ନ ଉଠୁଛି ଯେ କେତୋଟି ପାରା ଛଡାଯାଇଛି ଏବଂ କାହିଁକି ଛଡା ଯାଇଛି ? ପ୍ରଶାସନ ଏହା ପ୍ରତି କେତେ ଯତ୍ନବାନ ହେବେ ? ସବୁ ଜାଗାକୁ କୋଡ଼୍ ଅନୁଯାଇ ପାରା ଛଡା ଯାଛି କି ? ଏହା ଦ୍ୱାରା କୌଣସି ଭାଇରସ ଛଡା ଯାଇଛି କି ?