ରିମାଣ୍ଡ ସରିଲା, ଜେଲ ଗଲା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀ

ରିମାଣ୍ଡ ସରିଲା । ଜେଲ ଗଲା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ବୁଖାରୀକୁ ଚଣ୍ଡୀଖୋଲ JMFC କୋର୍ଟରେ ହାଜର କରାଯାଇଥିଲା । ଏହାପରେ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି ।

ରିମାଣ୍ଡ ସରିଲା । ଜେଲ ଗଲା ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ ବୁଖାରୀ । ୫ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ବୁଖାରୀକୁ ଚଣ୍ଡୀଖୋଲ JMFC କୋର୍ଟରେ ହାଜର କରାଯାଇଥିଲା । ଏହାପରେ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି । ଯାଜପୁର ଧର୍ମଶାଳା ଥାନା ନେଉଳପୁରରୁ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟଦ ଇଶାନ ବୁଖାରିକୁ ଗିରଫ କରିଥିଲା ଏସଟିଏଫ। ରିମାଣ୍ଡ ସମୟରେ ଆତଙ୍କୀ ଲିଙ୍କ ନେଇ ତା ନିକଟରୁ ବହୁ ତଥ୍ୟ ହାସଲ କରିଛି ତଦନ୍ତକାରୀ ସଂସ୍ଥା ।

ମାଟ୍ରିମୋନି ଜରିଆରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରେ ବିବାହ କରିଥିଲା ବୁଖାରୀ । ବିବାହ ପରେ ଜାଲିଆତି କରି ଆଧାର ଓ ଭୋଟର ପରିଚୟପତ୍ର ହାତେଇ ଥିବା କଥା ସାମନାକୁ ଆସିଛି। ସେତେବେଳେ ତତ୍କାଳୀନ ସରପଞ୍ଚ ଦିବାକର ବେହେରା ଆଧାର ପାଇଁ ତଥ୍ୟ ପ୍ରମାଣ ମାଗିଥିବା ବେଳେ ବୁଖାରୀ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇ ପାରିନଥିଲେ। ପରେ କିନ୍ତୁ ଜାଲିଆତି କରି ଆଧାର ଓ ଭୋଟର ପରିଚୟ ପତ୍ର ହାତେଇଥିଲେ। ।