ଚୋର ସନ୍ଦେହରେ ଯୁବକକୁ ବିଜୁଳି ଖୁଣ୍ଟରେ ବାନ୍ଧି ବାଡ଼େଇଲେ ଗାଁ ଲୋକେ

ଜଳେଶ୍ୱର (କେ ନ୍ୟୁଜ୍‌) : ନାଁଟି ତାର ରାଜ କୁମାର । ହେଲେ ଲୋକେ ତାଙ୍କୁ ଧରିଲେ ଚୋର ସନ୍ଦେହରେ । ଗାଁ ଲୋକଙ୍କ କହିବା କଥା ଯୁବକ ଜଣକ ଚୋରି କରୁ ଥିବା ବେଳେ ଧରାପଡ଼ିଗଲେ । ତା ପରେ ତାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ଖୁବ୍‌ ପିଟିଲେ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖଗଡାପାଳ ଗାଁରେ । ଅବଶ୍ୟ ଚୋରି ଅଭିଯୋଗକୁ ରାଜ କୁମାର ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ମୁଁ ପେଟ୍ରୋଲ ଆଣିବାକୁ ଯାଉଥିଲି । ହେଲେ କେହି ମୋ କଥା ନଶୁଣି ମୋତେ ବାଡ଼େଇଲେ ।

ନିଶା ସେବନ ପାଇଁ ଏବେ ଅନେକ ଯୁବକ ଏପରି ଚୋରି କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ଏହି ସମୟରେ ଆଜି ଭୋରରୁ ସ୍ଥାନୀୟ ଜଣେ ଲୋକଙ୍କ ଘରୁ ପାଣି ମଟର ଚୋରି କରୁଥିବା ବେଳେ ଘର ଲୋକେ ରାଜ କୁମାର ମହାପାତ୍ର ନାମକ ଯୁବକକୁ ଧରିଥିଲେ । ତାକୁ ବିଜୁଳି ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ମାତ୍ର ଅଭିଯୁକ୍ତ ଜଣକ ଦୋଷ ସ୍ୱୀକାର କରିନଥିଲେ ।

ଅନ୍ୟପଟେ ଗାଁରେ ନିଶାଖୋରଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ଏଭଳି ଚୋରି ହେଉଛି । ଘରେ ଘରେ ଲୋକେ ଶାନ୍ତିରେ ଶୋଇ ପାରୁନାହାନ୍ତି । ତେବେ ଅଭିଯୁକ୍ତକୁ ପୋଲିସ୍‌ରେ ନଦେଇ ଏଭଳି ଅମାନୁଷିକ ଭାବେ ବାନ୍ଧି ବାଡ଼େଇବା ଘଟଣା ଲୋକଙ୍କ ଆକ୍ରୋଶକୁ ଦର୍ଶାଉଛି ।

 

Leave A Reply

Your email address will not be published.