ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସୋମବାର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱର : ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସୋମବାର ହେବ ପଲିଗ୍ରାଫ ଟେଷ୍ଟ । ଅନ୍ୟ ଚାରି ଜଣଙ୍କର ମଧ୍ୟ ସୋମବାର ପଲିଗ୍ରାଫ ଟେଷ୍ଟ ହେବ । ଅନ୍ୟ ୪ ଜଣଙ୍କ ଭିତରେ ଅଛନ୍ତି ୩ ଜଣ ନିଲମ୍ବିତ ମହିଳା ପୋଲିସ ଅଧିକାରୀ ଓ ଜଣେ କାର୍ଯ୍ୟତର ଅଧିକାରୀ । ମହିଳା ଅଧିକାରୀମାନେ ହେଲେ ସବନିସପେକ୍ଟର ବୈଶାଳିନୀ ପଣ୍ଡା, ଏସଆଇ ସଲିଳାମୟୀ ସାହୁ ଓ ଏଏସଆଇ ସାଗରିକା ରଥ ।

ଏମାନଙ୍କୁ ନେଇ ଆସନ୍ତାକାଲି ଗୁଜୁରାଟ ଅଭିମୁଖେ ବାହାରିବ କ୍ରାଇମବ୍ରାଞ୍ଚ୍ ଟିମ୍  । ସୋମବାର ଦିନ ସମସ୍ତଙ୍କର ପୃଥକ ପୃଥକ ପଲିଗ୍ରାଫ ଟେଷ୍ଟ ହେବ । ତେବେ କେବଳ ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ ସହ ନାର୍କୋ ଆନାଲିସି ଓ ବ୍ରେନ ମ୍ୟାପିଂ ପରୀକ୍ଷା ହେବ । ଗୁଜୁରାଟର ଗାନ୍ଧୀ ନଗରରେ ଥିବା DFSL ରେ ହେବ ପଲିଗ୍ରାଫ ଟେଷ୍ଟ ।

You might also like