ଡେଲିଭରି ବୟଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ, ଭୁବନେଶ୍ୱର ମଞ୍ଚେଶ୍ବର ଥାନା ପାଣ୍ଡରା ନିକଟରୁ ମୃତଦେହ ଠାବ

ଭୁବନେଶ୍ୱର : ଡେଲିଭରି ବୟଙ୍କୁ ମାରିଲା କିଏ? । ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ନାଳ କଡ଼ରୁ ଜବତ ହେଲା ମୃତଦେହ । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ପାଣ୍ଡରା ଗାଁ ଗଙ୍ଗୁଆ ନାଳ ନିକଟରୁ ଜଣେ ଯବକଙ୍କ ମୃତଦେହ ଠାବ । ଜବତ ମୃତଦେହ ଡେଲିଭରି ବୟ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନୀଳାମ୍ବର ଭୋଇଙ୍କ । ଗତ ଦୁଇ ଦିନ ଧରି ସେ ନିଖୋଜ ଥିଲେ। ସଂଦେହ ଜନକ ଅବସ୍ଥାରେ ମୃତଦେହ ମିଳିଛି । ବେକରେ ଏକ ଓଢ଼ଣୀ ଗୁଡା ଯାଇଥିବା ବେଳେ, ପାଖରେ ଏକ ପାଣି ବୋତଲ ଓ ସାଇକେଲ ପଡ଼ିଛି । ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା । ପୁଅକୁ କେହି ହତ୍ୟା କରିଥିବା ସନ୍ଦେହ କରିଛନ୍ତି ।

ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ନୀଳାମ୍ବରଙ୍କୁ କେହି ହତ୍ୟା କରି ଆଣି ଫୋପାଡ଼ି ଦେଇଛି ନା ସେ ଜୀବନ ହାରିଛନ୍ତି ତାହାର ତନାଘନାକୁ ପୋଲିସ ଜୋରଦାର କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ସ୍ପଷ୍ଟ ହେବ ହତ୍ୟା ନା ଆଉ କିଛିି । ଆଜି ଡେଲେଭେରି ସଂସ୍ଥାର କର୍ମକର୍ତ୍ତାଙ୍କୁ ପଚରାଉଚରା କରିବ ପୋଲିସ । ମୃତ ନୀଳାମ୍ବରଙ୍କ ମୋବାଇଲର ସିଡିଆର କଲ ଡିଟେଲ ମଧ୍ୟ ମଗାଯାଇଛି ।

ଆହୁରି ପଢ଼ନ୍ତୁ : ବାଲିରେ ପୋତି ଦେଲେ ବାଲି ମାଫିଆ, ୩ ନାବାଳକ ସମେତ ୬ ଗିରଫ