ଆତ୍ମହତ୍ୟା ନା ସୁପରିକଳ୍ପିତ ହତ୍ୟାକାଣ୍ଡ? ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସସପେନ୍‌ସ ଜାରି

ଗଜପତି(କେନ୍ଯୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ-ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ସସପେନ୍‌ସ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ପରେ ଗତକାଲି କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତଦେହ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବେଗୁନିଆରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି । ମାତ୍ର ୬ ମାସ ତଳେ ବିବାହ କରିଥିବା ସୌମ୍ୟରଂଜନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପରିବାର । ମୃତ୍ୟୁ ପଛରେ ବୋହୂର ହାତ ଥିବା ସନ୍ଦେହ କରିଛନ୍ତି ।

ସୌମ୍ୟରଞ୍ଜନଙ୍କ ଶରୀରରେ କେମିତି ନିଆଁ ଲାଗିଲା ? ଶରୀରର ୮୦ ପ୍ରତିଶତ ପୋଡ଼ି ଯିବା ଯାଏ କେମିତି ଜାଣି ପାରିଲେ ନାହିଁ । ଦୁର୍ଘଟଣା ନା ଆତ୍ମହତ୍ୟା ? ନା ସୁପରିକଳ୍ପିତ ହତ୍ୟାକାଣ୍ଡ ? ପାରିବାରିକ କଳହ ଥିଲା କି ? ସୌମ୍ୟରଞ୍ଜନ ଯଦି ମାନସିକ ଚାପରେ ଥିଲେ ତାର କାରଣ କଣ ? ଚାକିରି ନେଇ କିଛି ଚାପ ଥିଲା କି ? ଏମିତି କଣ ଘଟିଲା ଯେ ନୂଆ ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା ? ଆଉ କିଛି ରହସ୍ୟ ଲୁଚି ରହିଛି କି ? ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.