ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାକୁ ନେଇ ସସପେନ୍ସ ଜାରି, ପ୍ରେମିକ ନାଁରେ ପରିବାର ଲୋକେ ଆଣିଲେ ଅଭିଯୋଗ

ଉଦଳା(କେନ୍ୟୁଜ୍‌): ସୁଇସାଇଡ ନୋଟ ଲେଖି ଅଙ୍ଗନବାଡି ଭିତରେ ଝୁଲି ପଡିଥିବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ଘଟଣାରେ ଆସିଛି ସସପେନ୍ସ । ଏହା ଆତ୍ମହତ୍ୟା ନା ହତ୍ୟା? ମୃତ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ ସୁଇସାଇଡ ନୋଟରେ ବ୍ୟକ୍ତିଗତ ଜୀବନରେ ଅବସାଦ ଥିବା ଲେଖିଥିବା ବେଳେ ମୃତ କର୍ମୀଙ୍କ ପ୍ରେମିକଙ୍କ ନାମରେ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ ।

ବାଲେଶ୍ୱର ଜିଲ୍ଲା ସନ୍ତରାଗଡିଆ ଅଂଚଳର ଯୁବକଙ୍କର ଏହି ଘଟଣାରେ ସଂପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ଏବେ ସୁଦ୍ଧା ସୁଇସାଇଡ ନୋଟକୁ ଦେଖିଲେ ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିଲେ ସୁଦ୍ଧା ଘଟଣାରେ ଟ୍ୱିଷ୍ଟ ଆସିଛି । ଯାହାକି ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଯଦି ପ୍ରେମିକଙ୍କର ଏଥିରେ ସଂପୃକ୍ତି ଥାଏ ତେବେ ଘଟଣା ଭିନ୍ନ ମୋଡ ନେବ ।

ପୋଲିସ୍ ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହେବ । ଗତକାଲି କପ୍ତିପଦା ଥାନା କାଲାଡାହି ଅଙ୍ଗନବାଡି ଭିତରେ ଝୁଲି ପଡିଥିଲେ ଅଙ୍ଗନବାଡି କର୍ମୀ ବୁଲବୁଲ ସୋରେନ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.