ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଫେରାର୍: ପରିବାର ଲୋକେ ଆଣିଲେ ହତ୍ଯା ଅଭିଯୋଗ

ବାସୁଦେବପୁର(କେନ୍ୟୁଜ୍): ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ବଂଶୀପାଟଣା ଗ୍ରାମରେ ଘଟିଛି ଏହି ଘଟଣା। ଗ୍ରାମର ଜଣେ ୩୮ବର୍ଷୀୟା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ କିସ୍ମତ କୃଷ୍ଣପୁର ଗ୍ରାମର ସଞ୍ଜୀବ ରାଉତଙ୍କ ସ୍ତ୍ରୀ ତପସ୍ୱିନୀ ବୋଲି ସୂଚନା ମିଳିଛି । ଉଭୟ ଦୀର୍ଘ ଦିନ ଧରି ବାସୁଦେବପୁର ପୌରପାଳିକା ସ୍ଥିତ ଭୈରବପୁର ଗ୍ରାମରେ ଘର ଭଡା ନେଇ ରହିଆସୁଥିଲେ।

ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ସୂଚନାରୁ ଜଣାପଡିଛି ବୁଧବାର ବିଳମ୍ବିତ ରାତିରେ ମହିଳାଙ୍କୁ ସଂଜ୍ଞହୀନ ଅବସ୍ଥାରେ ତାଙ୍କ ସ୍ୱାମୀ ବାସୁଦେବପୁର ଡାକ୍ତରଖାନାକୁ ଆଣିଥିଲେ । ହେଲେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ। ମହିଳାଙ୍କ ମୃତ୍ୟୁ ହୋଇଥିବା ଜାଣି ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲା । ପରେ ମୃତ୍ୟୁ ଖବର ପାଇ ମହିଳାଙ୍କ ପରିବାର ଲୋକ ଡାକ୍ତରଖାନାକୁ ଆସିବା ସହ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ବାସୁଦେବପୁର ଥାନାରେ ଲଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.