ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା, ଶାଶୁଘର ଲୋକ ମାରିଦେଇଥିବା ଅଭିଯୋଗ

ଆଠଗଡ଼: ପରକୀୟା ପ୍ରୀତିରୁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘର ଲୋକ ହତ୍ୟା କରିଥିବା ଆଠଗଡ଼ ତିଗିରିଆ ଥାନାରେ ବାପା ଅଭିଯୋଗ କରିଛନ୍ତି । । କଟକ ଜିଲ୍ଲା ତିଗିରିଆ ଥାନା ବନମାଳୀପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ବର୍ଷେ ତଳେ ତିଗିରିଆ ଥାନା ବନମାଳୀପୁର ଗାଁର ସନ୍ତୋଷ ଜେନାକୁ ବିବାହ କରିଥିଲେ ବାଙ୍କୀ ଥାନା ଅନ୍ତର୍ଗତ ପାଳପୁଟ ଗାଁର ଶୁଶାନ୍ତ ରାଉତଙ୍କ ଝିଅ । ଝିଅର ହଠାତ ଦେହ ଖରାପ ହୋଇଥିବା ନେଇ ଜ୍ବାଇଁ ଘରୁ ଫୋନ୍ ଆସିଥିଲା । ଫୋନ୍ କଲ୍ ପାଇ ଜ୍ବାଇଁ ଘରକୁ ଯାଇ ଦେଖିଲେ ଝିଅର ମୃତଦେହ ପଡିଛି । ଝିଅ ବେକରେ ଦାଗ ଦେଖି ଝିଅକୁ ଶାଶୁଘର ଲୋକ ମାରିଦେଇଥିବା ନେଇ ତିଗିରିଆ ଥାନାରେ ପରିବାର ପକ୍ଷରୁ ଲିକ୍ଷିତ ଅଭିଯୋଗ କରାଯାଇଛି । ବିବାହ ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀଙ୍କର ତାଙ୍କ ଭାଉଜ ସହ ପରକୀୟା ପ୍ରୀତି ସଂପର୍କ ଅଛି । ସେ ଅନେକ ଥର ଏହାକୁ ବିରୋଧ କରିବାରୁ ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେବା ସହିତ ଜୀବନରୁ ମାରିଦେଇଥିବା ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଅଭିଯୋଗ ପରେ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ତିଗିରିଆ ପୋଲିସ ।