ନବବଧୂର ସନ୍ଦେହ ଜନକ ମୃତ୍ଯୁ, ଥାନାରେ ଯାଆ ଅଟକ

ପିପିଲି(କେନ୍ଯୁଜ୍): ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଗୋବିନଦପୁର ଗ୍ରାମ ପଂଚାୟତର ବାଙ୍କଚୁଡା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ହେଉଛନ୍ତି ଗୀତାଳୀ ବାରିକ ।

ତେବେ ଏହାକୁ ନେଇ ବାପଘର ପକ୍ଷରୁ ଗୀତାଳୀଙ୍କର ମୃତ୍ଯୁର ରହସ୍ଯ ଖୋଜାଯିବା ସହିତ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ନେବାପାଇଁ ପିପିଲି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପିପିଲି ପୋଲିସ୍‌ ଏକ ମାମଲା ରୁଜ କରି ତଦନ୍ତି ଚଳାଇଛି । ଗୀତାଳୀଙ୍କ ଯାଆ ପାର୍ବତୀ ଓଝାଙ୍କୁ ପିପିଲି ଥାନାରେ ଅଟକ ରଖି ପଚାରାଉଚରା କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.