କୋଭିଡ୍ ଟୀକା ନେବା ପରେ ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟର ଜଣେ ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ହରିଶଙ୍କର ପୃଷ୍ଟିଙ୍କ ପତ୍ନୀ ଯେ, ଲକ୍ଷ୍ମୀ ଆଚାରୀ । ଗତକାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ମୋହନାରେ ପ୍ରଥମ ଡୋଜ କୋଭିଡ ଟୀକା ନେଇଥିଲେ । ଏହା ପରେ ତାଙ୍କ ସ୍ତ୍ରୀ ଲଷ୍ମୀଙ୍କ ଦେହ ଖରାପ ହୋଇଥିଲା । ପୂର୍ବରୁ ଗଣ୍ଠି ବାତ ଏବଂ ନିଦ ହେବାପାଇଁ ନିୟମିତ ଔଷଧ ସେବନ କରୁଥିବା ତାଙ୍କ ସ୍ୱାମୀ ହରିଶଙ୍କର କହିଛନ୍ତି l

ଶୁକ୍ରବାର ଟୀକା ନେବା ପରେ ରାତିରେ ଔଷଧ ଖାଇଥିବା ଲଷ୍ମୀଙ୍କ ସ୍ୱାମୀ କହିଛନ୍ତି । ତେବେ ଶନିବାର ସକାଳେ ସ୍ତ୍ରୀ ନିଦରୁ ନ ଉଠିବାରୁ ହରିଶଙ୍କର ତାଙ୍କୁ ମୋହନା ମେଡ଼ିକାଲକୁ ଆଣିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଟୀକା ନେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି ।

ତେବେ ମୋହନା ଥାନାରେ ସ୍ୱାମୀ ହରିଶଙ୍କରଙ୍କ ଏତଲା ପ୍ରକାରେ ଏକ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି । ଗତ ୪ ମାସ ତଳେ ଉଭୟେ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.