୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର(କେନ୍ୟୁଜ୍): ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପଢ଼ୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ନାଆ ରାମପ୍ରସାଦ ବିଶ୍ୱାଳ।

ଛାତ୍ରଙ୍କ ଘର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ବୋଲି ଜଣାପଡିଛି। ତାଙ୍କ ବୟସ ୧୯ ବର୍ଷ । ଇଲେକ୍ଟ୍ରିକାଲ ଓ୍ୱିଙ୍ଗରେ ପ୍ରଶିକ୍ଷଣ ନେଉଥିଲେ ରାମ ପ୍ରସାଦ। ଗତକାଲି ସେ ଉକ୍ତ ସେଣ୍ଟରର  ୧୭ ମହଲାର ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ରାମପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ କୋଠାରୁ ତଳକୁ ଠେଲି ହତ୍ୟା କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ପରିବାର ଲୋକେ। ସିସିଟିଭି ଭିଜୁଆଲ ଦେଖି ପୁଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସେଠାରେ ଲାଗିଥିବା ସିସିଟିଭି କାମ କରୁନଥିବା କଥା ସେଣ୍ଟର କର୍ତ୍ତୃପକ୍ଷ କହିଛନ୍ତି। ଏପଟେ ପୋଳିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଲାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.