ରାଜ୍ୟ

ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର (କେନ୍ୟୁଜ): ବିବାହିତ ପ୍ରେମିକ ଘର ଆଗରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଭଞ୍ଜନଗର ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଗାଁର ଘଟଣା । ତେବେ ଯୁବତୀଙ୍କୁ ବିଷ ଦେଇ ବିବାହିତ ପ୍ରେମିକ ହତ୍ୟା କରିଛି । ଏଭଳି ଅଭିଯୋଗ କରି ଥାନାରେ ଏତଲା ଦେଇଛନ୍ତି ଯୁବତୀଙ୍କ ବାପା ।

ଯୁବତୀ ଜଣକ , ଭଂଜନଗର ଥାନା ଅନ୍ତର୍ଗତ ମୁଜାଗଡ ଗ୍ରାମର । ବିବାହିତ ପ୍ରେମିକ ଜଣକ ହେଉଛନ୍ତି ଶ୍ୟାମଘନ ଗୌଡ । ସେ କ୍ଷତ୍ରିୟବରପୁରରେ ଶିକ୍ଷକତା କରୁଛନ୍ତି । ପ୍ରେମିକ ଜଣକ ପୂର୍ବରୁ ମୁଜାଗଡ଼ରେ ଶିକ୍ଷକତା କରୁଥିଲେ । ସେ ସମୟରୁ ଉଭୟଙ୍କ ଭିତରେ ପ୍ରେମ ସଂପର୍କ ଗଢି ଉଠିଥିଲା ବୋଲି ଯୁବତୀଙ୍କ ବାପା କହିଛନ୍ତି ।

ଶନିବାର ଦିନ ଯୁବତୀ ଜଣକ , ମୁଜାଗଡରୁ କ୍ଷତ୍ରିୟବରପୁରରେ ରହୁଥିବା ଶ୍ୟାମଘନଙ୍କ ଘରକୁ ଯାଇଥିଲେ । ପରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ , ଶ୍ୟାମଘନ ଏବଂ ତାଙ୍କ ସ୍ତ୍ରୀ ନିକଟସ୍ଥ ଗୋବରା ମେଡିକାଲରେ ଭର୍ତି କରିଥିଲେ । ବିଷକ୍ରିୟାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଖବର ପାଇ ଯୁବତୀଙ୍କ ବାପା ଓ କିଛି ସମ୍ପର୍କୀୟ ଗୋବରା ମେଡିକାଲରେ ପହଞ୍ଚି ଥିଲେ । ସଂପୃକ୍ତ ଶିକ୍ଷକ ଓ ତାଙ୍କ ସ୍ତ୍ରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

10 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

23 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

32 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

35 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago