ରାଜ୍ୟ

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ଗତକାଲି ଘରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲେ

ଯାଜପୁର(କେନ୍ୟୁଜ୍): ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ପଲେଇ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ମୁତାବକ, ଗତକାଲି ପଲେଇ ଗ୍ରାମର ଚୈତନ୍ୟ ନାୟକଙ୍କ ଝିଅ ଶୁଭଶ୍ରୀ ନାୟକଙ୍କୁ ଘରୁ ଦୁଇ ଜଣ ଯୁବକ ଆସି କେଉଁ ଆଡେ ନେଇ ଯାଇଥିଲେ। ପରିବାର ଲୋକେ ଝିଅକୁ ଖୋଜା ଖୋଜି କରିବା ପରେ ପରିବାର ଲୋକଙ୍କୁ ଏକ ଫୋନ ଆସିଥିଲା ଝିଅ ବିଷ ପିଇ ଦେଇଛି। ସ୍ଥାନୀୟ ଏକ ମେଡିକାଲରେ ଅଛି।

ଖବର ପାଇ ତୁରନ୍ତ ଝିଅ ପାଖରେ ପରିବାର ଲୋକେ ପହଁଚିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ମେଡିକାଲ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ।

ଶୁଭଶ୍ରୀ କଲେଜରେ ପାଠ ପଢୁଥିଲେ। ଏପଟେ ଝିଅ ଘରୁ ଏକ ଲକ୍ଷ ୭୦ହଜାର ଟଙ୍କା ନେଇ ଆସିଥିବା ବେଳେ ଝିଅକୁ ମାରି ଦେଇଥିବା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶୁଭଶ୍ରୀଙ୍କ ପରିବାର ଲୋକେ। ଅଭିଯୋଗ ପରେ ବାଲିଚନ୍ଦ୍ରପୁର ପୋଲିସ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ବଡ଼ଚଣା ମେଡ଼ିକାଲ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago