ବିବାହିତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କାମାକ୍ଷାନଗର: ମୋ ପୁଅକୁ ତା ଶଶୂର ଘର ଲୋକେ ମାରିଦେଇଛନ୍ତି । ପ୍ରେମ କରି ବିବାହ କରିଥିଲା ସେହି ଦିନରୁ ଆମ ବାପା ମା’ଙ୍କ ପାଖକୁ ଦିନେ ବି ଆସୁନଥିଲା । କାରଣ ତା’ ସ୍ତଅୀ ତାକୁ ଆମଠୁ ଦୂରେଇ ରଖୁ ଥିଲା । ବାହାରେ ଘର ଭଡ଼ା ନେଇ ସ୍ତ୍ରୀ ସହ ରହୁଥିଲା । ହେଲେ ଆଜି ତା’ର ଏ ଅବସ୍ଥା । ଆମକୁ ଛାଡ଼ି ସବୁଦିନ ପାଇଁ ମୋ ପୁଅ ଚାଲିଗଲା । ମୋ ପୁଅ ମୃତ୍ୟୁ ପାଇଁ ତା ସ୍ତ୍ରୀ ଆଉ ଶଶୂର ଘର ଲୋକେ ଦାୟୀ । ସେମାନେ ମିଶିକି ମୋ ପୁଅକୁ ମାରିଛନ୍ତି …..ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମା ।

କାମାକ୍ଷାନଗର ଥାନା ନୂଆଆଳତୁମା ଯୋଗୀସାହି ରେ ଘରଭଡା ନେଇ ରହୁଥିବା ଜଣେ ବିବାହିତ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ ଭୁବନ ଥାନା ବାଲିବୋ ଗାଁର ଜିତୁ ସ୍ୱାଇଁ l ଯୁବକ ଜଣକୁ ହତ୍ୟା ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ l ନିଜ ବୋହୂ, ପୁଅ ର ଶାଶୁ, ଶ୍ୱଶ୍ୱର, ଓ ବୋହୁ ର ଧରମ ଭାଇ ମିଶିକି ପୁଅ କୁ ହତ୍ୟା କରିଥିବା ନେଇ କାମାକ୍ଷାନଗର ଥାନା ରେ ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ବାପା l

ଭୁବନ ଥାନା ଅନ୍ତର୍ଗତ ବାଲିବୋ ଗାଁର ନିରଞ୍ଜନ ସ୍ୱାଇଁଙ୍କ ପୁଅ କାମାକ୍ଷାନଗର ଥାନା କଇଁବିଲି ଗାଁର ମୋହନ ସାହୁଙ୍କ ଝିଅ ଚୁଲବୁଲି ଙ୍କୁ ପ୍ରେମବିବାହ କରିଥିଲେ l ବିବାହ ପରେ ଦୁଇଜଣ କାମାକ୍ଷାନଗର ସହରର ଯୋଗୀସାହି ରେ ଘରଭଡା ନେଇ ରହି ଆସୁଥିଲେ l ତାଙ୍କର ଗୋଟିଏ ୫ ବର୍ଷର ପୁଅ । ଜିତୁ ପେଶା ରେ ଜଣେ ଗାଡି ଡ୍ରାଇଭର ହୋଇଥିବା ବେଳେ ବିବାହ ପରଠାରୁ ସେ ନିଜ ଗାଁ କୁ ଯାଉନଥିବା ବେଳେ କାମାକ୍ଷାନଗର ରେ ରହି ଆସୁଥିଲେ l

ଗତକାଲି କୌଣସି କାରଣରୁ ଜିତୁଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଜାଣିବାକୁ ପାଇଥିଲେ l ତେବେ ବାହାଘର ପରେ ପୁଅ କୁ ତା ସ୍ତ୍ରୀ ପରିବାର ଲୋକଙ୍କ ସହ ମିଶାଇ ଦେଉନଥିଲେ ବୋଲି ପୁଅ ମା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଗତକାଲି ପୁଅକୁ ସମସ୍ତେ ମିଶି ହତ୍ୟା କରିଥିବା ଅଭିଯୋଗ କରି କାମାକ୍ଷାନଗର ଥାନାରେ ମାମଲା ରୁଜୁ କରିଛନ୍ତି ଜିତୁଙ୍କ ପରିବାର l ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ମୃତଦେହ ବ୍ୟବଛେଦ କରାଇଥିବା ବେଳେ ପୁଅର ବାପାଙ୍କ ଅଭିଯୋଗ ଆଧାର ରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ l