ସ୍ବଚ୍ଛ ସାଥୀ ପୂଜା ସିଂ ଏବେ ଚର୍ଚ୍ଚାରେ, ମେୟର ଓ ବିଏମସି କମିସନର ସମ୍ବର୍ଦ୍ଧନା ଦେବା ସହ ଜଣାଇଲେ ଶୁଭେଚ୍ଛା
ଅଳିଆ ଗଦାରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଚେନ ଫେରାଇ ଏହି ପ୍ରଶଂସା ସାଉଣ୍ଟିଛନ୍ତି ପୂଜା ସିଂ। ଯେଉଁ ବ୍ୟକ୍ତିଙ୍କର ସୁନା ଚେନ ହଜିଥିଲା ସେ ମଧ୍ୟ ପୂଜାଙ୍କୁ କୃତଜ୍ଞତା ଜଣାଇବେ ସହ ଧନ୍ୟବାଦ ଜଣାଇଛନ୍ତି।
କେନ୍ୟୁଜ୍(ବ୍ୟୁରୋ): ସଫେଇ କର୍ମଚାରୀ ପୂଜା ସିଂ ଙ୍କ ମହାନତା କୁ ନେଇ ଏବେ ତାଜଧାନୀର ସବୁ ଆଡ଼େ ଚର୍ଚ୍ଚା।ଭୁବନେଶ୍ୱର ମେୟର ଙ୍କ ଠାରୁ ଆରମ୍ଭ କରି ବିଏମସି କମିସନରଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଅଳିଆ ଗଦାରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଚେନ ଫେରାଇ ଏହି ପ୍ରଶଂସା ସାଉଣ୍ଟିଛନ୍ତି ପୂଜା ସିଂ। ଯେଉଁ ବ୍ୟକ୍ତିଙ୍କର ସୁନା ଚେନ ହଜିଥିଲା ସେ ମଧ୍ୟ ପୂଜାଙ୍କୁ କୃତଜ୍ଞତା ଜଣାଇବେ ସହ ଧନ୍ୟବାଦ ଜଣାଇଛନ୍ତି।
ଚେନ ହଜାଇଥି ବାବ୍ୟକ୍ତିଙ୍କ ନାଁ ହେଉଛି ବିଭୁତି ଭୂଷଣ ସେଠ।ସେ ପେସାରେ ଜଣେ ଓକିଲ। ବିଭୁତି ଭୂଷଣ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଶୈଳଶ୍ରୀ ବିହାରରେ ରହନ୍ତି। ୧୮ ଫେବୃୟାରୀ ଜାଗର ଅର୍ଥାତ ଦିନ ସନ୍ଧ୍ୟାବେଳେ ଘରେ ସଜାଯାଇଥିବା ଫୁଲ ଉପରେ ତାଙ୍କର ସୁନା ଚେନକୁ ବେକରୁ ଓହ୍ଲାଇ ରଖିଦେଇଥିଲେ। ଏହାପରେ ସୁନା ଚେନ ବାବଦରେ ତାଙ୍କର ଆଉ ମନେ ନଥିଲା । ତା ପରଦିନ ସେ ବାସି ଫୁଲ ସହ ଭୁଲବଶତଃ ସୁନା ଚେନକୁ ଅଳିଆ ବାଲ୍ଟିରେ ଫିଙ୍ଗି ଦେଇଥିଲେ।
୧୯ ଫେବୃୟାରୀ ସନ୍ଧ୍ୟାରେ ବିଏମସିର ଅଳିଆ ଗାଡି ଆସି ଅଳିଆ ବାଲ୍ଟିରେ ଥିବା ଅଳିଆ ନେଇ ଚାଲିଯାଇଥିଲା । ଅଳିଆ ଗାଡିରୁ ପୂଜା ଏହି ଚେନଟି ପାଇ ଉପରିସ୍ଥ ବିଏମସି ଅଧିକାରୀଙ୍କୁ ଜଣାଇଥିଲେ। ଅଧିକାରୀ ଜଣକ ତଦନ୍ତ କରି ସୁନା ଚେନ ବିଭୁତିଙ୍କର ବୋଲି ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ଡାକି ସୁନା ଚେନକୁ ଫେରସ୍ତ କରାଯାଇଥିଲା । ପରେ ପୂଜା ସିଂଙ୍କୁ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସମ୍ବର୍ଦ୍ଧିତ କରିଛନ୍ତି ।