ଅସ୍ତରଙ୍ଗ ପଞ୍ଚାୟତରେ ଚାଲିଛି ସ୍ବଚ୍ଛତା ଦିବସ, ଆସନ୍ତା ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ଜାରି ରହିବ ସଫେଇ କାର୍ଯ୍ୟକ୍ରମ

କାକଟପୁର(କେନ୍ୟୁଜ୍‌): ଅସ୍ତରଙ୍ଗ ପଞ୍ଚାୟତରେ ଚାଲିଛି ସ୍ବଚ୍ଛତା ଦିବସ। ଏହି ସ୍ବଚ୍ଛତା ଦିବସ କାର୍ଯ୍ୟକ୍ରମ ଆସନ୍ତା ସ୍ଵାଧୀନତା ଦିବସ ପର୍ଯ୍ୟନ୍ତ ଚାଲୁ ରହିବ। ଅସ୍ତରଙ୍ଗ ଗ୍ରାମ ପଞ୍ଚାୟତକୁ ସ୍ବଚ୍ଛ ଏବଂ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏଥିରେ ଅସ୍ତରଙ୍ଗ ଅଞ୍ଚଳର ସମସ୍ତ କ୍ଲବ ,ମହିଳା ସଂଘ ,ଏବଂ ସମସ୍ତ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ ।

ଅସ୍ତରଙ୍ଗ ବଜାର ଉପରେ ଅସ୍ତରଙ୍ଗ ବ୍ଲକର ୧୫ଟି ପଞ୍ଚାୟତ ନିର୍ଭର କରିଥାନ୍ତି। ଦୈନିକ ହଜାର ହଜାର ଲୋକ ଏଠାରେ ଚଳ ପ୍ରଚଳ ହେବା ସହ କିଣା ବିକା କରିଥାନ୍ତି। ଅସ୍ତରଙ୍ଗ ବଜାରରୁ ପ୍ରତେକ ଦିନ କୂଢ କୂଢ ଆବର୍ଜନା ବାହାରିଥାଏ। ଏହି ଅବର୍ଜନାର ସଠିକ ପରିଚାଳନା ହୋଇପାରିନଥିବା କାରଣରୁ ଅସ୍ତରଙ୍ଗ ବଜାରର ବିଭିନ୍ନ ସ୍ଥାନରେ ଆବର୍ଜନା ଗଦାହୋଇ ରହିଥିଲା।

ଆଜି ସ୍ବଚ୍ଛ ଅସ୍ତରଙ୍ଗ କାର୍ଯ୍ୟକ୍ରମ ଜରିଆରେ ବିଭିନ୍ନ କ୍ଲବ ଏବଂ ଅନୁଷ୍ଠାନର ସଭ୍ୟ ଏବଂ ସଭ୍ୟା ମାନଙ୍କ ଦ୍ଵାରା ଏହି ଆବର୍ଜନାକୁ ସଫେଇ କରଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ଆସନ୍ତା ସ୍ଵାଧୀନତା ସଅସ୍ତରଙ୍ଗ ପଞ୍ଚାୟତରେ ଚାଲିଛି ସ୍ବଚ୍ଛତା ଦିବସ ପର୍ଯ୍ୟନ୍ତ ଜାରି ରହିବା ସହିତ ଆବର୍ଜନା ମୁକ୍ତ ଅସ୍ତରଙ୍ଗ ପାଇଁ ପଞ୍ଚାୟତ ପକ୍ଷରୁ ବିଭିନ୍ନ କାର୍ଯ୍ଯକ୍ରମ ହାତକୁ ନିଆଯିବ। ଆଗାମୀ ଦିନରେ ବୃକ୍ଷ ରୋପଣ ସୁସ୍ଥ ଏବଂ ସୁନ୍ଦର ସମାଜ ଗଠନ ଦିଗରେ ଅସ୍ତରଙ୍ଗ ଗ୍ରାମ ପଞ୍ଚାଯତ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

Leave A Reply

Your email address will not be published.