ରାଜ୍ୟ

ଆଜି ପଞ୍ଚଭୂତରେ ଲୀନ ହେବେ ସ୍ବରୂପ ନାୟକ, ରାଜ୍ୟ ସମ୍ମାନ ସହ କରାଯିବ ଶେଷକୃତ୍ୟ

କଟକ(କେନ୍ୟୁଜ୍): ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ଆଜି କଟକ ସତୀଚଉରା ଶ୍ମଶାନରେ ରାଜ୍ୟ ସମ୍ମାନ ସହ ଶେଷକୃତ୍ୟ ସଂପନ୍ନ କରାଯିବ । ପରଲୋକଗତ ସ୍ଵରୂପ ନାୟକଙ୍କ ଶେଷକୃତ୍ୟ ରାଜ୍ୟ ସମ୍ମାନ ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵରାଷ୍ଟ୍ର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସିଡିଏ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ଼ ଲାଗିଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, କଳାପ୍ରେମୀ, ଆସି ମରଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି।

୧୯୮୪ରେ ହୀରାନୀଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସିନେଜଗତରେ ପାଦ ଥାପିଥିଲେ ସ୍ବରୂପ ନାୟକ। ୪୧ଟି ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ସହ ୩୦ଟି ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି। ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅନେକ ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା। ହୀରା ନୀଳା, ବଗୁଲା ବଗୁଲି, ଲାଲପାନ ବିବି, ଯାହାକୁ ରଖିବେ ଅନନ୍ତ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପଞ୍ଜୁରୀ ଭିତରେ ଶାରୀ, କୁଳ ନନ୍ଦନ, ପୁଅ ମୋର ଭୋଳା ଶଙ୍କର, ଶାଶୂଘର ଚାଲିଯିବି ଭଳି ଅନେକ ହିଟ୍ ଫିଲ୍ମରେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ସ୍ବରୂପ ନାୟକ କେବଳ ସଂଗୀତ ନିର୍ଦ୍ଦେଶକ ନଥିଲେ। ଏକାଧାରରେ ଥିଲେ ଜଣେ ଗୀତିକାର, କଣ୍ଠଶିଳ୍ପୀ ଓ ଅଭିନେତା । ସିନେମା ଜଗତକୁ ତାଙ୍କ ଅବଦାନ ପାଇଁ ଅନେକ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Sasmita

Recent Posts

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

10 mins ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

11 mins ago

ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ ।  ଜଣେ ମୃତ, ୨ ଗୁରୁତର ।  ଗୁରୁତରଙ୍କୁ ଆସିକା ଉପଖଣ୍ଡ…

32 mins ago

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ…

1 hour ago

ଆଜିର ପେଟ୍ରୋଲ ଦର ଅପଡେଟ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରିନିଅନ୍ତୁ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago