ନିର୍ଭୟ କଢ଼ି ଓ ସ୍ୱୟଂସିଦ୍ଧା: ଗଞ୍ଜାମ ଜିଲ୍ଲାରେ ମହିଳା ସଶକ୍ତୀକରଣ ପାଇଁ ଶୁଭାରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାବାସୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ଲାଗି ଗୋଟିଏ ପରେ ଗୋଟିଏ ନିଆରା ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ । ଏହି କ୍ରମରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭାରମ୍ଭ ହୋଇଯାଇଛି ଦୁଇଟି କାର୍ଯ୍ୟକ୍ରମ “ନିର୍ଭୟ କଢ଼ି” ଓ “ସ୍ୱୟଂସିଦ୍ଧା”। ନିର୍ଭୟ କଢ଼ି କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ରୋକିବା ଲାଗି ସଚେତନା କରାଯିବ ଓ ସ୍ୱୟଂସିଦ୍ଧା ମାଧ୍ୟମରେ ଜିଲ୍ଲାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ସାମିଲ କରାଯିବା ସହ ତାଲିମ ପ୍ରଦାନ କରାଯିବ । ତେବେ ଏହି ଦୁଇଟି କାର୍ଯ୍ୟକ୍ରମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥିଭାବେ ବାଚସ୍ପତି ଯୋଗ ଦେଇ ଏହାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କରିଛନ୍ତି ।

trainingଜିଲ୍ଲାରେ ଦିନକୁ ଦିନ ବାଲ୍ୟ ବିବାହ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ଲାଗି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ଏହା ମଧ୍ୟରେ ଅନେକ ବାଲ୍ୟ ବିବାହ ଘଟଣା ମଧ୍ୟ ସାମ୍ମାକୁ ଆସୁଛି । ଗତ ୬ ମାସ ମଧ୍ୟରେ ଜିଲ୍ଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୋଲିସ ସହାୟତାରେ ୨୪ରୁ ଅଧିକା ବାଲ୍ୟ ବିବାହ ବନ୍ଦ କରିପାରିଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଆଉ ଏକ କାର୍ଯ୍ୟକ୍ରମ “ନିର୍ଭୟ କଢ଼ି” ଆରମ୍ଭ କରାଯାଇଛି । ଆଉ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଓ ଗାଁ ଗହଳର ମହିଳାମାନଙ୍କୁ କମ୍ ବୟସରେ ବିବାହ କରିବା ଦ୍ୱାରା କଣ ସବୁ ଅସୁବିଧା ହେଉଛି ସେ ନେଇ ସଚେତନତା କରାଯିବ । ଏହା ସହ ଜିଲ୍ଲାରେ ବିବାହ ଉତ୍ସବ ପାଇଁ ଆଧାର କାର୍ଡ ବାଧ୍ୟତା ମୁଳକ କରାଯିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ଗତ କିଛି ମାସ ହେଲା ଜିଲ୍ଲାରେ କିଛି ନାବାଳିକାଙ୍କୁ ନିଜ ପିତା ମାତା ବିବାହ କରୁଥିବା ବେଳେ ସଂପୃକ୍ତ ନାବାଳିକା ଏହାକୁ ବିରୋଧ କରି ବିବାହ ବନ୍ଦ କରିଥିବା ତିନି ଜଣ ନାବାଳିକାକୁ ଏହି କାର୍ଯ୍ୟକ୍ରମରେ ସମ୍ୱର୍ଦ୍ଧିତ କରାଯାଇଛି । ଜିଲ୍ଲା ପ୍ରଶାସନରୁ ଆରମ୍ଭ ହୋଇଥିବା ନିର୍ଭୟ କଢ଼ି କାର୍ଯ୍ୟକ୍ରମକୁ ସେମାନେ ସ୍ୱାଗତ କରିବା ସହ ଏହାକ ସଫଳ ରୂପାୟନ କରିବାକୁ ନିବେଦନ କରିଛନ୍ତି ।

ganjam trainingଏହାବ୍ୟତୀତ ରାଜ୍ୟରେ ଆରମ୍ଭ ହୋଇଛି 5T କାର୍ଯ୍ୟକ୍ରମ । ଏହି 5T ମଧ୍ୟରେ ରହିଛି ଟିମ୍ ୱାର୍କ । କେବଳ ଏହାକୁ ପ୍ରଶାସନ ପକ୍ଷରୁ ନୁହେଁ ବରଂ ସମାଜରେ ଥିବା ବିଭିନ୍ନ ସଂପ୍ରଦାୟ ବା ଗୋଷ୍ଠୀର ଲୋକେ ସାମିଲ ହେବା ଆବଶ୍ୟକ ରହିଛି । ଏହା ସହ ମହିଳା ମାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି “ସ୍ୱୟଂସିଦ୍ଧା” କାର୍ଯ୍ୟକ୍ରମ । ଜିଲ୍ଲାରେ ଗତ କିଛି ବର୍ଷ ହେଲା ବାତ୍ୟା ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଦେଖିବାକୁ ମିଳୁଛି । ଏହା ସହ ଜିଲ୍ଲାବାସୀ ଫାଇଲିନ, ହୁଡହୁଡ, ତିତିଲି ଓ ଫନି ଭଳି ମହାବାତ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଏଭଳି ବାତ୍ୟା ଓ ବନ୍ୟାକୁ ମୁକାବିଲା କରିବା ଲାଗି ମହିଳା ମାନଙ୍କୁ ସାମିଲ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯିବ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ମହଳିଙ୍କୁ ଏହି ତାଲିମ ପ୍ରଦାନ କରାଯିବ । ଏହି ମହିଳାମାନେ ତାଲିମ ନେବା ପରେ ଜିଲ୍ଲାର ୫ ହଜାର ମହିଳାଙ୍କୁ ତାଲିମ ପ୍ରଦାନ କରିବେ । ଏଥିପାଇଁ ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ତାଲିମ ପ୍ରଦାନ କରାଯିବ । କେବଳ ବନ୍ୟା, ବାତ୍ୟା ନୁହେଁ ବରଂ ସାମ କାମୁଡିଲେ କଣ କରାଯିବ ଓ ହଠାତ୍ ନିଆଁ ଲାଗିଲେ କଣ ପଦକ୍ଷେପ ନିଆଯିବ ଓ ସ୍ୱାସ୍ଥ୍ୟ ସମ୍ପର୍କିୟ ତଥ୍ୟ ମଧ୍ୟ ଏହି ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯିବ । ତେବେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନେ ଏହି ସ୍ୱୟଂସିଦ୍ଧା କାର୍ଯ୍ୟକ୍ରମରେ ସାମିଲ ହେଉଥିବାରୁ ବେଶ ଖୁସି ହେବାସହ ଏହାକୁ ନିଶ୍ଟୟ କାର୍ଯ୍ୟକାରୀ କରିବା ପାଇଁ ଶପଥ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.