Categories: ରାଜ୍ୟ

କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା, ସର୍ବାଧିକ ୪୦ ପଏଣ୍ଟ ହାସଲ କଲେ ଶ୍ୱେତା ମୋଡା

ଇଣ୍ଟରନ୍ୟାସନାଲ ବାକାଲରେଟ ଡିପ୍ଲୋମା ପ୍ରୋଗ୍ରାମ(ଆଇବିଡିପି) ପରୀକ୍ଷାରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀମାନେ ବ୍ୟାପକ ସଫଳତା ପାଇଛନ୍ତି। ପରୀକ୍ଷାରେ ସ୍କୁଲର ଶ୍ୱେତା ମୋଡା ସର୍ବାଧିକ ୪୦ ପଏଣ୍ଟ ହାସଲ କରିଥିବା ବେଳେ ସିଦ୍ଧାନ୍ତ ସୁଆରଙ୍କ ସମେତ ଅଧିକାଂଶ ଛାତ୍ରଛାତ୍ରୀ ବ୍ୟକ୍ତିଗତ ଭାବେ ୭ ପଏଣ୍ଟ ହାସଲ କରି ଗ୍ରେଡ ଏ- ରେ ପାସ କରିଥିବା ଜଣାପଡ଼ିଛି। ଆଇବିଡିପି ପରୀକ୍ଷାରେ କୃତକାର‌୍ୟ୍ୟ ହେଉଥିବା ଛାତ୍ରଛାତ୍ରୀମାନେ ବିଶ୍ୱର ଯେ କୌଣସି ବିଶ୍ୱବିଦ୍ୟାଳୟରେ ସିଧାସଳଖ ନାମ ଲେଖାଇ ଉଚ୍ଚଶିକ୍ଷା ଲାଭ କରିପାରିବେ।

ଆଇବିଡିପିରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ଲଣ୍ଡନ ସ୍କୁଲ ଅଫ ଇକୋନେମିକସ, ୟୁନିଭର୍ସିଟି କଲେଜ ଲଣ୍ଡନ, ୟୁନିଭର୍ସିଟି ଅଫ ଟରୋଣ୍ଟୋ, ୱାରୱିକ ୟୁନିଭର୍ସିଟି, କିଙ୍ଗସ କଲେଜ ଲଣ୍ଡନ, ଅଷ୍ଟ୍ରେଲିଆନ ନ୍ୟାସନାଲ ୟୁନିଭରସିଟି, କାନ୍ସାସ୍ ୟୁନିଭର୍ସିଟି ଏବଂ ଅଷ୍ଟ୍ରେଲିଆର ଆରଏମଆଇଟି ଭଳି ଖ୍ୟାତିସଂପନ୍ନ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିବେ। କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ସମଗ୍ର ଓଡ଼ିଶାରେ ଏକମାତ୍ର ସ୍କୁଲ ଭାବେ ଆଇବିଡିପି ପାଠ୍ୟକ୍ରମ ପ୍ରଦାନ କରୁଥିବା ବେଳେ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ବିଶ୍ୱାସଭାଜନ ହୋଇପାରିଛି।

ଏହି ସଫଳତା ପାଇଁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରପର୍ସନ ଡ. ମୋନାଲିସା ବଳ, ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର, ଆଇବିଡିପି ବିଭାଗର ସଂଯୋଜିକା ନନ୍ଦିତା ମିଶ୍ର ଓ ନିର୍ଦ୍ଦେଶକ ପ୍ରଦୀପ ଦାସ ସମସ୍ତ ଶିକ୍ଷକ, କର୍ମଚାରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

3 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago